www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ପରେ ଗଞ୍ଜାମରେ ବଢିଛି ଯକ୍ଷ୍ମା:  ୫୦ ଦିନରେ ୫୬୬ ଚିହ୍ନଟ, ନମୁନା ସଂଗ୍ରହ ପାଇଁ ୪୫୦ ଟିମ୍

ବ୍ରହ୍ମପୁର: କରୋନା ପରେ ଗଞ୍ଜାମ ଜିଲାରେ ବଢିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା। ପୂର୍ବରୁ ମାସକୁ ଯେତିକି ରୋଗୀ ଚିହ୍ନଟ ହେଉଥିଲେ ଏବେ ତା’ଠାରୁ ୨୦ ପ୍ରତିଶତ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ରୋଗୀଙ୍କ ଠାରୁ କଫ ନମୁନା ସଂଗ୍ରହ ପାଇଁ ଗଞ୍ଜାମରେ ସ୍ବତନ୍ତ୍ର ଅଭିଯାନ ଚାଲିଛି । ଏଣେ ୫୦ ଦିନ ଭିତରେ ଜିଲାରେ ଥିବା ୫୬୬ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଛି ।
କରୋନା ସମୟରେ ରୋଗୀ ଡାକ୍ତରଖାନା ଯାଇପାରୁନଥିଲେ କିମ୍ବା ଡାକ୍ତରଖାନା ଯିବାକୁ ଡରୁଥିଲେ । ଦୁଇ ସପ୍ତାହ ଧରି କାଶ ଲାଗି ରହିଥିଲେ ମଧ୍ୟ ସେମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିନଥିଲେ । ଯେଉଁଥିପାଇଁ କରୋନା ସମୟରେ ଗଞ୍ଜାମରେ ନିର୍ଦ୍ଧାରିତ ହାର ଠାରୁ କମ୍ ସଂଖ୍ୟକ ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ​ହୋଇଥିଲା । ଆଉ କରୋନା ପରେ ଜିଲାରେ ନୂତନ ରୋଗୀ ଚିହ୍ନଟ ପାଇଁ ଜିଲା ଯକ୍ଷ୍ମା କେନ୍ଦ୍ର ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ନଭେମ୍ବର ପହିଲାରୁ ଡିସେମ୍ବର ୩୧ ଯାଏଁ ‘ପିପୁଲ୍ସ ପ୍ଳାନ ଫର କ୍ୟାମ୍ପେନ୍’ ନାମକ ଦୁଇ ମାସିଆ ଅଭିଯାନ ଆରମ୍ଭ କରାଯାଇଛି ।

ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଏଏନଏମମାନେ ଜିଲାର ସମସ୍ତ ଗାଁ, ସାହି ଓ ବସ୍ତିକୁ ଯାଇ ଲୋକଙ୍କ ଘରକୁ ଘର ବୁଲି ଲକ୍ଷଣ ବିଷୟରେ ପଚାରିବୁଝୁଛନ୍ତି । ଏଥିପାଇଁ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା)ଙ୍କ ତତ୍ତ୍ବାବଧାନରେ ମୋଟ ୪୫୦ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ ନିଜ ଅଞ୍ଚଳର ଗାଁ ଓ ବସ୍ତିକୁ ଯାଇ ଯକ୍ଷ୍ମା ଲକ୍ଷଣ ଥିବା ବ୍ୟକ୍ତିଙ୍କ କଫ ସଂଗ୍ରହ କରୁଛନ୍ତି । ଦୁଇ ସପ୍ତାହରୁ ଅଧିକ ଦିନ କାଶ ଲାଗି ରହୁଥିବା ବ୍ୟକ୍ତିଙ୍କ ସହ ସନ୍ଧ୍ୟାରେ ଜ୍ବର, ଓଜନ ହ୍ରାସ, ଭୋକ କମିଥିବା ବ୍ୟକ୍ତି କଫ ନମୁନା ସଂଗ୍ରହ କରାଯାଉଛି । ସେହିପରି କରୋନାରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଠାରେ କାଶ କିମ୍ବା ଜ୍ବର ଦେଖାଗଲେ ସେମାନଙ୍କ କଫ ନମୁନା ସଂଗ୍ରହକୁ ଗୁରୁତ୍ବ ଦିଆଯାଉଛି । ଗଞ୍ଜାମର ବିଭିନ୍ନ ବ୍ଳକର ଅପହଞ୍ଚ ତଥା ଦୁର୍ଗମାଞ୍ଚଳରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଉଛି। ସେଠାକୁ ଯାଉଥିବା ଟିମରେ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଉଛି ।

- Advertisement -

ସେହିକ୍ରମରେ ଅଭିଯାନ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୫୦ ଦିନ ମଧ୍ୟରେ ଜିଲାରୁ ୧୬୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ କଫ ସଂଗ୍ରହ କରାଯାଇସାରିଛି । କଫ ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୫୧ଟି କଫ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷଣ ପାଇଁ ପଠାଯାଇଛି । ସଂଗୃହୀତ ୧୬୦୦୦ ନମୁନା ପରୀକ୍ଷା ପରେ ସେଥିରୁ ୫୬୬ ଜଣଙ୍କ ଠାରେ ଯକ୍ଷ୍ମା ରୋଗ ଥିବା ସ୍ପଷ୍ଟ ହୋଇସାରିଛି । ଯେଉଁ ବ୍ୟକ୍ତିଙ୍କ ଠାରେ ଯକ୍ଷ୍ମା ଚିହ୍ନଟ ହେଉଛି ତାଙ୍କୁ ତୁରନ୍ତ ଔଷଧ ପ୍ରଦାନ ସହ ପୋଷଣ ଭିତ୍ତିକ ଖାଦ୍ୟ ପାଇଁ ମାସିକ ୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି ବୋଲି ଜିଲା ସଂଯୋଜକ ବିଦେଶୀ ଜେନାଙ୍କ ଠାରୁ ସୂଚନା ମିଳିଛି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories