www.samajalive.in
Sunday, December 7, 2025
16.1 C
Bhubaneswar

ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ-ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି । ଡମପଡ଼ା ବ୍ଲକରେ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କା ଘର ଆଦି ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

- Advertisement -

ସୂଚନା ଥାଉକି, ଡମପଡ଼ା ବ୍ଲକ ଅଧିନ ଢଁସର ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗତ କିଛି ଦିନ ତଳେ ସୂଚନା ଅଧିକାର କର୍ମୀ ନକୁଳ ପ୍ରଧାନ ଅନସନରେ ବସିଥିଲେ । ନକୁଳଙ୍କ ଅନସନକୁ ସମର୍ଥନ ଜଣାଇ ତାରାପ୍ରସାଦ ବାହିନୀ ପତି ବାଙ୍କୀ ଡମପଡ଼ା ବ୍ଲକ ପରିସରରେ ପହଞ୍ଚି ବ୍ଲକ ପ୍ରଶାସନର କାର୍ୟ୍ୟକୁ ନିନ୍ଦା କରିଥିଲେ । ଗତକାଲି ତାରା ପ୍ରସାଦ ବାହିନୀ ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ନମ୍ବର ୬୯୦/ଭୁବନେଶ୍ୱରରେ ପତ୍ର ଲେଖି ପଂଚାୟତିରାଜ ବିଭାଗକୁ ସ୍ୱଚ୍ଛ ଓ ନର୍ମଳ କରିବା ସହିତ ଡମପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ପିିସି କାରବାର କରି ଅସାଧୁ ଉପାୟରେ ସରକାରୀ ଯୋଜନା ହାତୋଉଥିବା ଉଲ୍ଲେଖ କରିଛନ୍ତି । ଯାହା ଫଳରେ ପଂଚାୟତିରାଜ ବିଭାଗ ପ୍ରକୃତ ଉଦ୍ଦେଶ୍ୟରୁ ବିଫଳ ହେଉଥିବା ପତ୍ରରେ ଲେଖାଯାଇଛି । ଯେହେତୁ ରାଜ୍ୟ ସରକାର ସ୍ୱଚ୍ଛ ନିର୍ମଳ ଶାସନ ଯୋଗାଇ ଦିଆଯାଉଥିବା ପ୍ରକାଶ କରୁଛନ୍ତି ସେଥିପାଇଁ ଡମପଡ଼ା ବ୍ଲକୁ ଦୁର୍ନୀତି ମୁକ୍ତ କରିବା ପାଇଁ ବ୍ଲକର ଭିଜିଲାନ୍ସ ତଦନ୍ତ କରିବା ସହିତ ଅସାଧୁ ବ୍ୟକ୍ତି ଏବଂ କର୍ମଚାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି । ନଚେତ୍ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories