www.samajalive.in
Sunday, December 7, 2025
26.1 C
Bhubaneswar

କଷା ମସଲା ଚିକେନ ଚଟପଟା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ୧ ଚାମଚ
ଗୋଟା ମସଲା – ୨ଟି ଲବଙ୍ଗ , ୨ଟି ଗୁଜୁରାତି , ୨ଟି ଡ଼ାଲଚିନି , ୨ଟି ବଡ଼ ଅଳେଇଚ, ୨ଟି ତେଜପତ୍ର
ଶୁଖିଲା ଲଙ୍କା – ୨ଟି
କଟା ଧନିଆ ପତ୍ର – ଅଳ୍ପ
କଞ୍ଚା ଲଙ୍କା ବଟା – ଅଳ୍ପ
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଅଳ୍ପ , ୧ ଚାମଚ ଅଦା ରସୁଣ ବଟା, ଲେମ୍ବୁ ରସ, କଞ୍ଚା ଲଙ୍କା ବଟା ଅଳ୍ପ ପକାଇ ଭଲ ଭାବେ ଗୋଳାଇ ୩୦ ମିନିଟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ମସଲା ଲବଙ୍ଗ, ଗୁଜୁରାତି, ଡ଼ାଲଚିନି, ବଡ଼ ଅଳେଇଚ, ତେଜପତ୍ର , କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଅଳ୍ପ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଲୁଣ, ରଖିଥିବା ଚିକେନ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ କଟା ଟମାଟୋ , ଶୁଖିଲା ଲଙ୍କା, ଗରମ ମସଲା, ଜିରା ଗୁଣ୍ଡ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଷା ମସଲା ଚିକେନ ଚଟପଟା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories