www.samajalive.in
Monday, December 15, 2025
16.1 C
Bhubaneswar

ଏହି ଦେଶରେ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ ଟ୍ରେନ; ଜାଣନ୍ତୁ ଆଉ କିଛି ରୋଚକ କଥା

ଜାପାନ ନିଜର ସଂସ୍କୃତି,ଖାଦ୍ୟପେୟ ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ। ଏହା ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ। ଏଠାକାର ଲୋକମାନେ ଦୁନିଆର ଅନ୍ୟ ଲୋକଙ୍କ ତୁଳନାରେ ଅଧିକ କର୍ମପ୍ରିୟ ଲୋକେ ବୋଲି କୁହାଯାଏ। ଏହି ଦେଶ ସହ ଜଡିତ କିଛି ରୋଚକ କଥା ଜାଣନ୍ତୁ….
ସମୟ ପ୍ରତି ବିଶେଷ ଧ୍ୟାନ
ଜାପାନର ଲୋକମାନେ ଖୁବ ସମୟାନୁବର୍ତ୍ତୀ ଅଟନ୍ତି। ଠିକ ସମୟରେ ସଠିକ କାର୍ଯ୍ୟ ତଥା ଯେକୌଣସି କାର୍ଯ୍ୟ କରିବା ପାଇଁ ସଠିକଭାବେ ସମୟର ପ୍ରୟୋଗ କରିବା ଦୃଷ୍ଟିରୁ କୋଣରୁ ଏଠାରେ ଲୋକେ ସମଗ୍ର ବିଶ୍ୱରେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଏଠାରେ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକ ମଧ୍ୟ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ।
ପିଲାମାନଙ୍କ ପାଇଁ ବିଶେଷ ନିୟମ
ଜାପାନରେ ଥିବା ପିଲାମାନଙ୍କ ମଧ୍ୟ କିଛି ନିୟମ ରହିଛି। ଯେଉଁ ନିୟମ ଅନୁଯାୟୀ, ୧୦ ବର୍ଷ ବୟସ ପିଲାମାନଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ। ୧୦ ବୟସ ବର୍ଷ ପର୍ଯ୍ୟନ୍ତ ପିଲାମାନେ କେବଳ ନିଜର ପିଲାଦିନକୁ ହସଖୁସିରେ ଉପଭୋଗ କରିବାକୁ ସୁଯୋଗ ଦିଆଯାଏ।
ଜାପାନରେ ଉଚ୍ଚ ସ୍ୱରରେ କହିବା, କିମ୍ବା ସର୍ବସାଧାରଣ ସ୍ଥାନରେ କିଛି ପ୍ରକାରର ଜିନିଷକୁ ଶୁଙ୍ଘିବା , ଅସଭ୍ୟ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ ଏଠାରେ ଏଠାରେ ଦୁଇ ଜଣ ଏକାଠି ହାତ ଧରି ଚାଲିବା ମଧ୍ୟ ଭଲ ବୋଲି ବିବବେଚନା କରାଯାଏ ନାହିଁ। ଜାପାନରେ ନବବର୍ଷର ଆନନ୍ଦରେ ଲୋକେ ପ୍ରଥମେ ମନ୍ଦିରକୁ ଯାଇ ୧୦୮ ଥର ଘଣ୍ଟି ବଜାନ୍ତି।
ଜାପାନର ରୀତିନୀତି ଏବଂ ପରମ୍ପରା ଅତ୍ୟନ୍ତ ସ୍ୱତନ୍ତ୍ର। ଆମ ଦେଶରେ ଯେଭଳି ହାତ ଯୋଡ଼ି ନମସ୍କାର କରିବାର ପ୍ରଥା ରହିଛି, ସେଭଳି ଜାପାନରେ ପରସ୍ପରକୁ ଦେଖି ନଇଁ କରି ଅଭିବାଦନ ଅର୍ଥାତ ସମ୍ମାନ ଜଣାଇଥାଆନ୍ତି।
ଜାପାନର ଲୋକମାନେ ସ୍ୱଚ୍ଛତା ପ୍ରତି ଅଧିକ ସଚେତନ। ବିଦ୍ୟାଳୟରେ ଉଭୟ ଛାତ୍ର ଓ ଶିକ୍ଷକ ଶ୍ରେଣୀ ଶ୍ରେଣୀଗୃହ ସଫା କରନ୍ତି। ଅନ୍ୟ ଦେଶ ତୁଳନାରେ ଏଠାକାର ଲୋକେ ମଧ୍ୟ ଦୀର୍ଘାୟୁ ଅଟନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories