www.samajalive.in
Friday, December 12, 2025
14.1 C
Bhubaneswar

ସାମାଜିକ ଭେଦଭାବର କାହାଣୀ ଦେଖାଇବ ‘ଦି ହ୍ୱାଇଟ୍‍ ଟାଇଗର୍‍’: ଦେଖନ୍ତୁ ଟ୍ରେଲର

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ହ୍ୱାଇଟ୍‍ ଟାଇଗର୍‍’ର ଦ୍ୱିତୀୟ ଟ୍ରେଲର୍‍ ରିଲିଜ୍‍ ହୋଇଯାଇଛି। ନେଟଫ୍ଲିକ୍ସରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ର ୨୦୦୮ରେ ଆସିଥିବା ଅରବିନ୍ଦ ଅଡିଗାଙ୍କ ଉପନ୍ୟାସ ‘ଦି ହ୍ୱାଇଟ୍‍ ଟାଇଗର୍‍’ ଉପରେ ଆଧାରିତ। ଟ୍ରେଲରରୁ ଅନୁମାନ କରାଯାଉଛି ଯେ, ଚଳଚ୍ଚିତ୍ରରେ ଏକ ସାମାଜିକ ଭେଦଭାବ ବିଷୟ ଦେଖିବାକୁ ମିଳିବ। ଟ୍ରେଲର ଅନୁଯାୟୀ ‘ଦି ହ୍ୱାଇଟ ଟାଇଗର’ରେ ମୁଖ୍ୟତଃ ଦାରିଦ୍ର୍ୟତା, ଜାତି, ଧର୍ମ, ରାଜନୀତି, ଦୁର୍ନୀତି ଉପରେ ଟିପ୍ପଣୀ ଦିଆଯାଇଛି।

ଏହି ଚଳଚ୍ଚିତ୍ର ମାଧ୍ୟମରେ ରାଜକୁମାର-ପ୍ରିୟଙ୍କା ଯୋଡ଼ି ପ୍ରଥମ ଥର ପାଇଁ ପରଦାରେ ନଜର ଆସିବ। ଏଥିରେ ଦୁହେଁ ଏନ୍‍ଆର୍‍ଆଇ ଦମ୍ପତି ଭାବେ ଅଭିନୟ କରିଛନ୍ତି। ‘ଦି ହ୍ୱାଇଟ୍‍ ଟାଇଗର’କୁ ରାମିତ ବହରାନୀ ଲେଖିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୨୨ ଜାନୁଆରୀରେ ଏହା ନେଟଫ୍ଲିକ୍ସରେ ରିଲିଜ୍‍ ହେବ।

- Advertisement -

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories