www.samajalive.in
Friday, December 12, 2025
14.1 C
Bhubaneswar

୫୭ନମ୍ବର ଜାତୀୟ ରାଜପଥରେ ଅଟୋ-ହାଇଓ୍ବା ମୁହାଁମୁହିଁ ଧକ୍କା, ୭ଗୁରୁତର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ଶୌଚାଳୟ ନିକଟରେ ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ଅଟୋ ସହ ହାଇଓ୍ବା ମୁହାଁମୁହିଁ ଧକ୍କାରେ ୭ଜଣ ଗୁରତର ଆହାତ ହୋଇଥିବା ଜଣାପଡ଼ିଛି।

ଗୁରୁତର ଆହାତମାନେ ହେଲେ ଆଡେଣିଗଡ ପଞ୍ଚାୟତ ରାଣିଗଞ ଗ୍ରାମର ନାଭିଦିତ୍ୟ ବେହେରା(୪୫) ତାଙ୍କ ଦୁଇ ପୁଅ ଆକାଶ ବେହେରା(୨୦) , ବିକାଶ ବେହେରା(୨୨)ଅଟୋ ଡ୍ରାଇଭର ଚୈତନ୍ୟ ବେହେରା(୨୪),ଧବଳ ବେହେରା(୨୦),ଶ୍ରୀରାମ ବେହେରା(୨୧) ଏବଂ ପପୁ ବେହେରା(୧୮) ବୋଲି ସୂଚନା ମିଳିଛି।

- Advertisement -

ଘଟଣାରୁ ଜଣାଯାଏ ଯେ, ଆଜି ରାତି ପ୍ରାୟ ୮ଟାରେ ରାଣିଗଞ୍ଜ ପଟୁ ଏକ ଅଟୋ ନଂ( ଓଡି୨୭-୧୬୩୭)ଯୋଗେ ଡ୍ରାଇଭର ସହିତ ଅନ୍ୟ ଛଅଜଣ ପୁରୁଣାକଟକ ଯାଉଥିଲେ। ବୀପରିତ ଦିଗ ପୁରୁଣାକଟକ ପଟୁ ଚାରିଛକ ଆଡକୁ ଆସୁଥିବା ହାଇଓ୍ବା ଗାଡିନଂ (ପିବି-୦୪ଏବି-୯୯୯୭) ସହିତ ଚାରିଛକ ଶୌଚାଳୟ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଡ୍ରାଇଭର ଚେତନ୍ୟଙ୍କ ସମେତ ନାଭିଦିତ୍ୟ ବେହେରା ଏବଂ ତାଙ୍କ ଦୁଇ ପୁଅ ଆକାଶ ଏବଂ ବିକାଶ ୪ ଜଣ ଗୁରୁତର ଆହାତ ହୋଇଥିଲେ। ଧବଳ ବେହେରା, ଶ୍ରୀରାମ ବେହେରା, ପପୁ ବେହେରା ଭଳି ଅନ୍ୟ ୩ଜଣ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି। ଖବରପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ପୁରୁଣାକଟକ ପୁଲିସ ଘଟଣାର ଛାନଭିନ ଚଳାଇଛି।

Hot this week

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

Related Articles

Popular Categories