www.samajalive.in
Friday, December 12, 2025
23.1 C
Bhubaneswar

ବିଦ୍ୟାଳୟ ପାଠ୍ୟକ୍ରମରେ ତଳସ୍ତରରୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଉଚିତ

ଭୁବନେଶ୍ୱର: ସ୍ଥାନୀୟ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ତୃତୀୟ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷତା କରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କରୋନା ମହାମାରୀ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ଓ ଏହାର ସଫଳ ରୂପାୟନର ଭୂୟସୀ ପ୍ରଶଂସା କରିବା ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କର ଆନ୍ତରିକତା, ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ବୋଲି ମତପ୍ରକାଶ କରିଥିଲେ। ଭବିଷ୍ୟତରେ ଏହିଭଳି ଚିନ୍ତାଧାରା ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ସହ ଉତ୍କର୍ଷର ଚରମ ସୀମାରେ ପହଞ୍ଚି ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।


କରୋନା ମହାମାରୀ ସମୟରେ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ର ପାଠ୍ୟକ୍ରମ ଦୀର୍ଘ ଦିନ ଧରି ବ୍ୟାହତ ହୋଇଥିବାବେଳେ ଏହାକୁ କିପରି ଭରଣା କରାଯାଇ ପାରିବ ସେ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଆବଶ୍ୟକ। ଡିଡିୟୁଜିକେୱାଇ କାର୍ଯ୍ୟକ୍ରମର ପୁନଃପ୍ରଚଳନ ଦ୍ୱାରା ଯୁବଗୋଷ୍ଠୀ ଉପକୃତ ହୋଇପାରିବା ସହ ସେମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ। ବିଦ୍ୟାଳୟ ପାଠ୍ୟକ୍ରମରେ ତଳସ୍ତରରୁ ଦକ୍ଷତା ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଗଲେ ଭବିଷ୍ୟତରେ ଏହା ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି ଶ୍ରୀ ବାଗ୍‌ଚୀ ଆଶା ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ ଏବଂ କୁକୁଡ଼ା ପାଳନ କ୍ଷେତ୍ରରେ ଆମର ଯୁବବର୍ଗ ନିଯୁକ୍ତ
ହୋଇ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାର କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ। ଏହି ଅବସରରେ ଉପସ୍ଥିତ ରହି ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ତଥା ଉଦ୍ୟାନ କୃଷି, ଫଳଚାଷ, ନର୍ସରୀ, ହାଚେରୀ ପ୍ରଭୃତି କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଥିବାବେଳେ ଏଥି ପାଇଁ ଆବଶ୍ୟକ ତାଲିମ ମିଳିବା ଦ୍ୱାରା ଦକ୍ଷତାର ବିକାଶ ହୋଇପାରିବ । ଅନ୍ୟ ପକ୍ଷରେ ଯୁବଗୋଷ୍ଠୀ ମଟର ଚାଳନା ତାଲିମ ପାଇଁ ମଧ୍ୟ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । କେଉଁଝର ଓ ବ୍ରହ୍ମପୁରଠାରେ ହେବାକୁ ଥିବା ମେଗା ଡ୍ରାଇଭିଂ ପ୍ରଶିକ୍ଷଣ ପ୍ରକଳ୍ପ ପାଇଁ ଉତ୍ତମ ଜ୍ଞାନକୌଶଳ ତଥା ଅଭିଜ୍ଞସଂପନ୍ନ ସଂସ୍ଥାକୁ ଅଗ୍ରାଧିକାର ଭିତ୍ତିରେ ସହଭାଗିତା ନିମନ୍ତେ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରାଥମିକ ସ୍ତରରେ ଆଇ ମିତ୍ର ଅପଫିସିଆନ୍‌ ଯୋଜନା ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ଉନ୍ନୟନ କମିଶନର ମତବ୍ୟକ୍ତ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବହୁତ ଅଭିନବ ଯୋଜନା ହାତକୁ ନେବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ କହିଲେ ଯେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ନବନିର୍ମିତ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଉଦ୍‌ଘାଟିତ ହେବାକୁ ଯାଉଥିବାବେଳେ ରାଜ୍ୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ସହ ଭବିଷ୍ୟତରେ ଏ ଦିଗ ପ୍ରତି ବହୁଗୁଡ଼ିଏ ବାହାରର କମ୍ପାନୀ ଆକର୍ଷିତ ହେବା ସହ ସହଭାଗିତା ଓ ସହଯୋଗିତାର ଅଂଶୀଦାର ହେବା ପାଇଁ ଆଗେଇ ଆସିବେ। ଦକ୍ଷତା ଶିକ୍ଷା କ୍ଷେତ୍ରରେ ସିସ୍କୋ ନେଟ୍‌ୱାର୍କିଂ ଏବଂ ସାପ୍‌ ଇଆର୍‌ପି ଡିଜିଟାଲ୍‌ ସ୍କିଲ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି। ଓଏସ୍‌ଡିଏର ସିଇଓ ରଶ୍ମିତା ପଣ୍ଡା ଏହି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକର ବାର୍ଷିକ ବିବରଣୀ ବିଶଦ ଭାବରେ ଉପସ୍ଥାପନ କରିବା ସହ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories