www.samajalive.in
Friday, December 12, 2025
14.1 C
Bhubaneswar

ନିଶା ବିରୋଧରେ ଜିଲା ଡ୍ରଗ ବିଭାଗର ଅଭିଯାନ

ସମ୍ବଲପୁର: ସମ୍ବଲପୁର ଜିଲା ବିଶେଷତଃ ମୁଖ୍ୟ ସହରରେ ବିଗତ କିଛି ମାସ ହେବ ଅହେତୁକ ଭାବରେ ଅପରାଧିକ ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ପଛରେ ବେଆଇନ ନିଶା କାରବାର ପ୍ରମୁଖ କାରଣ ହୋଇଥିବାର ଅଭିଯୋଗ ସହରବାସୀ କରିଆସୁଛନ୍ତି। ଏଣୁ କିଛି ଦିନ ହେବ ସମ୍ବଲପୁର ଡ୍ରଗ ବିଭାଗ ପକ୍ଷରୁ ସହର ମଧ୍ୟରେ ରହିଥିବା ବିଭିନ୍ନ ଔଷଧ ହୋଲସେଲର, ଦୋକାନ ଆଦିରେ ଚଢ଼ଉ ଅଭିଯାନ ଆରମ୍ଭ କରିଛି। ଜିଲା ଡ୍ରଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୋଗ ମିଳିବା ପରେ ସ୍ୱତନ୍ତ୍ର ଅଭିଯାନ ଚଳାଯାଇ ଜିଲା ମଧ୍ୟକୁ ଆସୁଥିବା ଔଷଧ ବିଶେଷ କରି ନିଶା ବଟିକା, ଔଷଧ ଆଦିର କଡା ଯାଞ୍ଚ କରାଯାଉଛି।

 

- Advertisement -

ସମସ୍ତ ଔଷଧ ଗୁଡିକର କିଣାବିକା ବିଲ ଓ ଅନ୍ୟାନ୍ୟ ଟିକସ ପଇଠ କାଗଜପତ୍ର ଯାଞ୍ଚ ଜୋରସୋରରେ ଚାଲିଛି। ବିଗତ ୧୯ ତାରିଖରେ ବୀର ସୁରେନ୍ଦ୍ର ସାଏ ମାର୍ଗ ଠାରେ କିଛି ଔଷଧ ଦୋକାନ ଗୁଡିକର କାଗଜପତ୍ର ଏବଂ ଔଷଧ ଯାଞ୍ଚ କରାଯାଇଥିବା ବେଳେ ଏକ ପ୍ରମୁଖ ଔଷଧ ଦୋକାନକୁ ନୋଟିସ ଦିଆଯାଇ ସମସ୍ତ କାଗଜପତ୍ର ୧୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମଙ୍ଗଳବାର ମଧ୍ୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ରେମେଡି, ଅମୃତ ମେଡିକାଲ, ଇଲାଜ ମେଡିକାଲ, ଶ୍ରୀ ଶକ୍ତି ଏନ୍ଟପ୍ରାଇଜ ସମେତ ଅନ୍ୟ ଔଷଧ ଦୋକାନ ଏବଂ ସହରରେ ଥିବା କିଛି ହୋଲସେଲର ଦୋକାନ ଗୁଡିକରେ ଚଢ଼ଉ କରାଯାଇ ଯାଞ୍ଚ କରାଯାଇଛି। ଦିନ ତମାମ ଚାଲିଥିବା ଏହି ଅଭିଯାନରେ ଜିଲା ଡ୍ରଗ, ଅବକାରୀ ଓ ପୁଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ସାମିଲ ରହିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories