www.samajalive.in
Friday, December 12, 2025
16.1 C
Bhubaneswar

ଧନଶ୍ରୀଙ୍କ ଗୁଗ୍‌ଲିରେ କ୍ଲିନ୍‌ ବୋଲ୍ଡ ହେଲେ ୟୁଜଭେନ୍ଦ୍ର ଚହଲ: ଗୁରୁଗାଓଁରେ ପଡ଼ିଲା ହାତଗଣ୍ଠି

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତର ତାରକା ବୋଲର ୟୁଜଭେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ।  ମଙ୍ଗଳବାର ଦିନ ଗୁରୁଗ୍ରାମରେ କୋରିଓଗ୍ରାଫର ଏବଂ ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । ନିଜେ ଚହଲ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ତାଙ୍କର ଧନଶ୍ରୀ ବର୍ମାଙ୍କ ସହ ବିବାହ ସ୍ଥିର ହୋଇଥିଲା । ନିର୍ବନ୍ଧ ମଧ୍ୟ ହୋଇଥିଲା । ଏହାପରେ ଚହଲ ଆଇପିଏଲ୍ ଖେଳିବା ପାଇଁ ୟୁଏଇ ଓ ଏହାପରେ ଟି-୨୦, ଦିନିକିଆ ମ୍ୟାଚ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ।

- Advertisement -

ଟି-୨୦ ଓ ଦିନିକିଆ ସିରିଜ ସରିବା ପରେ ଚହଲ ଭାରତ ଫେରି ଆସିଥିଲେ ।ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଚହଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଏହି ମ୍ୟାଚରେ ମଧ୍ୟ ସେ ରବିନ୍ଦ୍ର ଜାଡେଜାଙ୍କ କନସ୍ୟୁସନ ଭାବରେ ପଡ଼ିଆରେ ଅବତରଣ କରିଥିଲେ। ବାସ୍ତବରେ ବ୍ୟାଟିଂ ସମୟରେ ଜାଡେଜା ଆହତ ହୋଇଥିଲେ, ଏହା ପରେ ଚାହଲ ବୋଲିଂ କରିବାକୁ ପଡ଼ିଆକୁ  ଆସିଥିଲେ। । ଏବେ ଚହଲଙ୍କୁ ଇଂଲଣ୍ଡ ବିପକ୍ଷ ପଡ଼ିଆରେ ଦେଖିବାକୁ ମିଳିବ। ଫେବୃଆରୀରେ ଇଂଲଣ୍ଡ ଦଳ ଭାରତ ଗସ୍ତ କରିବ।

ଚହଲଙ୍କ ପତ୍ନୀ ଜଣେ ଦନ୍ତ ଚିକିତ୍ସକ । ଏହା ସହ ସେ ଜଣେ ଭଲ କୋରିଓଗ୍ରାଫର ଓ ୟୁଟ୍ୟୁବର । ୟୁଟ୍ୟୁବରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି । ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ ମଧ୍ୟ ତାହା ସେମାନେ ସାର୍ବଜନୀନ କରି ନ ଥିଲେ । ଆଜି ବିବାହରେ ଧନଶ୍ରୀ ଏକ ଲାଲ ଲେହେଙ୍ଗା ପିନ୍ଧିଥିବା ବେଳେ ଚହଲ ଶେରୱାନୀ ପିନ୍ଧିଥିବା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଚହଲ ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories