www.samajalive.in
Friday, December 12, 2025
27.1 C
Bhubaneswar

ଓଡିଆ ବିଭାଗ ଆନୁକୂଲ୍ୟରେ ଜାତୀୟ ଓ୍ବେବିନାର ଅନୁଷ୍ଠିତ

ଜି.ଉଦୟଗିରି: ଜି.ଉଦୟଗିରି ସ୍ଥିତ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜାତୀୟ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ମହାବିଦ୍ୟାଳୟ ଉନ୍ନୟନ ପରିଷଦ ନିର୍ଦ୍ଦେଶକ ଡଃ.ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ନିର୍ଦ୍ଧାରିତ ବିଷୟ ’ସତ୍ୟବାଦୀ ସାହିତ୍ୟ:ସ୍ବର ଓ ସ୍ବାକ୍ଷର’ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଆଲୋଚକ ଭାବରେ ଶାନ୍ତି ନିକେତନ, ବିଶ୍ବଭାରତୀର ଓଡିଆ ବିଭାଗ ସହକାରୀ ପ୍ରଫେସର ଡଃ.ଶରତ କୁମାର ଜେନା ଯୋଗଦେଇ ସତ୍ୟବାଦୀ ସାହିତ୍ୟର ସୃଷ୍ଟି ଓ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ଆଚରଣ ଏବଂ ଉଚ୍ଚାରଣରେ ସାମ୍ୟତା ଥିବା ହେତୁ ସତ୍ୟବାଦୀ ସାହିତ୍ୟର ସ୍ରଷ୍ଟାଗଣ ଅମରତ୍ବ ଲାଭ କରିଥିବା ବିଷୟକୁ ସେ ପ୍ରମାଣିତ କରିଥିଲେ। ବିଭାଗୀୟ ମୁଖ୍ୟା ଅଧ୍ୟାପିକା ସୁପ୍ରିୟା ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ, କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପକ ଡଃ.ନଳିନୀ କୁମାର ପାଣିଗ୍ରାହୀ।ଅଧ୍ୟାପିକା ମାମିନା ଦାସ ଧନ୍ୟବାଦ ଦେଇଥିଲେ ଏବଂ ଅଧ୍ୟାପକ ରଞ୍ଜିତ କୁମାର ନାୟକ ଓ ଅଧ୍ୟାପିକା ସବିତା ଟୁଡୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଆଲୋଚନା ଚକ୍ରରେ ଏକ ଶହରୁ ଊର୍ଦ୍ଧ୍ବ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories