www.samajalive.in
Saturday, December 13, 2025
18.1 C
Bhubaneswar

ଲୋକପ୍ରିୟ ତାମିଲ କ୍ରିକେଟ୍ ଭାଷ୍ୟକାର ଅବଦୁଲ ଜବାରଙ୍କ ହୃଦଘାତରେ ଦେହାନ୍ତ

ଭାରତ ଏବଂ ଶ୍ରୀଲଙ୍କାରେ ୧୯୮୦ ଏବଂ ୯୦ ଦଶକରେ ଲୋକପ୍ରିୟତା ହାସଲ କରିଥିବା ତାମିଲ କ୍ରିକେଟ୍ ଭାଷ୍ୟକାର ଏସ. ଏମ. ଅବଦୁଲ ଜବାରଙ୍କ ୮୧ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ତାମିଲନାଡୁର ଜଣେ ବାମହାତି ବ୍ୟାଟ୍ସମ୍ୟାନ ଭାବେ ୮୭ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୪ ହଜାର ୨୭୦ ରନ୍ କରିଥିଲେ। ସେ ତାମିଲନାଡୁ କ୍ରିକେଟ୍ ଦଳର କୋଚ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବ୍ୟାଟିଂ କୌଶଳ ବହୁତ ଲୋକପ୍ରିୟ ଥିଲା।

- Advertisement -

୧୯୩୯ ମସିହା ଜୁନ ୨୬ରେ ତାମିଲନାଡୁର ଟୁଟିକୋରିନ ଜିଲ୍ଲାର ସାଥାନକୁଲମରେ ଜନ୍ମଗ୍ରହଣ କରିଥିବା ଜବାର ଜଣେ ତାମିଲ ରେଡିଓ ପ୍ରସାରଣକାରୀ, କ୍ରିକେଟ୍ ସମୀକ୍ଷକ ତଥା ଲେଖକ ଥିଲେ ଏବଂ ଅନେକଗୁଡିଏ ତାମିଲ ପୁସ୍ତକ ଲେଖିଥିଲେ। ନିଜର ଶୁଦ୍ଧ ଏବଂ ସ୍ପଷ୍ଟ ଉଚ୍ଚାରଣ ପାଇଁ ସେ ତାମିଲନାଡୁର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ। ପୋଙ୍ଗଲ ପର୍ବ ସମୟରେ ଟେଷ୍ଟ ମ୍ୟାଚ୍ ଧାରା ବିବରଣୀ ପ୍ରସାରଣରେ ତାଙ୍କ ସ୍ୱର ଅନନ୍ୟ ଥିଲା।

୧୯୯୦ ଦଶକର ଶେଷ ଭାଗରେ ସେ ବିବିସି ତାମିଲ ଏବଂ ଇଏସପିଏନରେ ଭାଷ୍ୟକାର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ତାମିଲ ଉଚ୍ଚାରଣ ଏତେ ସ୍ପଷ୍ଟ ଥିଲା ଯେ ଏଲଟିଟିଇ ମୁଖ୍ୟ ଭି. ପ୍ରଭାକରନ୍ ତାଙ୍କୁ ସମ୍ମାନିତ କରିଥିଲେ। ଜବାର ନିଜେ ଲେଖିଥିବା ଏକ ପୁସ୍ତକରେ ଏ ସମ୍ପର୍କରେ କହିଛନ୍ତି।

ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିବା ଜବାର ଶ୍ରୀଲଙ୍କାରେ ସମ୍ପର୍କୀୟ ଥିବାରୁ ସେ କଲମ୍ବୋର ଜାହିରା କଲେଜରେ ଉଚ୍ଚଶିକ୍ଷା ଉଚ୍ଚ ଶିକ୍ଷା ସମାପ୍ତ କରିବା ପରେ ଶ୍ରୀଲଙ୍କାରେ ରାଜନ ଅସ୍ଥିରତା ଯୋଗୁଁ ଭାରତ ଫେରିଆସିଥିଲେ। ଜବାର ଭାରତ ଏବଂ ଶ୍ରୀଲଙ୍କାରେ ପିଲାଦିନେ ନିୟମିତ ରେଡିଓ ଶୁଣୁଥିଲେ ଓ କାର୍ଯ୍ୟକ୍ରମ ବିଷୟରେ ରେଡିଓ ଷ୍ଟେସନକୁ ଅନେକ ସମୟରେ ଚିଠି ଲେଖୁଥିଲେ। ଥରେ ସେ ଆକାଶବାଣୀକୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ତାମିଲ ଭାଷାରେ କ୍ରିକେଟ୍ ଧାରା ବିବରଣୀକୁ ସମାଲୋଚନା କରାଯାଇଥିଲା। ଏହି ଚିଠିକୁ ରେଡିଓରେ ପ୍ରସାରଣ କରାଯାଇଥିଲା ଏବଂ ପରେ ତାମିଲନାଡୁ ଏବଂ କେରଳ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚର ତାମିଲ୍ ଭାଷାରେ ଧାରା ବିବରଣୀ ପ୍ରଦାନ କରି ତାଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଏହା ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories