www.samajalive.in
Friday, December 12, 2025
17.1 C
Bhubaneswar

ମଦପିଇ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଆଭିଯୋଗ

ବଲାଙ୍ଗିର: ମଦୁଆ ଆମ୍ବୁଲାନ୍ସ ଡାଏଭର୍‍। ଘର୍‍ ତକ୍‍ ନେବା କା’ଣା ଗୁନ୍ଦଲେଇ ହେଲା ବାଟେ। ଖାଲ ଢିପ୍‍ ନେଇ ମାନୁଥାଇ। ମନଇଚ୍ଛା ଚଲଉଥିଲା। ସୋର୍‍ ସୁତର ନେଇ ପାଉଥାଇ। ଡରି ମରୁଥିଲୁଁ ଆମେ। ପୁଲିସ ଆଜ୍ଞାମାନକୁ ଦେଖଲୁ ଯେ, ଡାକ୍‍ ଦେଲୁ। ଆମକୁ ଉତ୍ତର ଦେଇକରି ପଲେଇ ଗଲା। ହାତ ଜୁଡୁଛୁ..ମୁଡିଆ ମାରୁଛୁ ଆଜ୍ଞା। ଘର ତକ୍‍ ପୁହଞ୍ଚଇ ଦିଅ ଆଜ୍ଞା। ଜଣେ ମହିଳାଙ୍କୁ ଧରି କାନ୍ଦି କାନ୍ଦି ଏମିତି ଅନ୍ୟ ଦୁଇଜଣ ମହିଳା କହୁଥିଲେ। ଆଉ ଅସହାୟ ଅବସ୍ଥାରେ ଜଣେ ବ୍ୟକ୍ତି ଠିଆ ହୋଇ ରହିଥିଲେ।

ମଙ୍ଗଳବାର ଦିନ ପ୍ରାୟ ୩ଟା ୪୦। ବଲାଙ୍ଗିର-ଟିଟିଲାଗଡ ରୋଡ୍‍ର ଆର୍‍ଟିଓ ଅଫିସ୍‍ ଛକ ନିକଟରେ ଅଟକିଥିଲା ଓଡି୦୩ସି ୯୮୬୪ ନମ୍ବର ଆମ୍ବୁଲାନ୍ସ। ଗାଡି ଚଳାଉଥିବା ଡ୍ରାଇଭର୍‍ ଗାଡି ରଖି ଦେଇ ଷ୍ଟିୟରିଂ ଉପରେ ମୁଣ୍ଡ ଦେଇ ଶୋଇପଡ଼ିଲେ। ଆମ୍ବୁଲାନ୍ସରୁ କ୍ରମାଗତ ହର୍ଣ୍ଣ ବାଜୁଥିବା ବେଳେ କାହିଁକି ଏମିତି ହେଉଛି ବୋଲି କେହି କିଛି ବୁଝି ପାରୁ ନଥିଲେ। ସେହି ସମୟରେ ଟାଉନ୍‍ ଥାନା ପିସିଆର୍‍ ସେହି ରାସ୍ତାରେ ଯାଉଥିଲା। ଆମ୍ବୁଲାନ୍ସରେ ବସିଥିବା ବ୍ୟକ୍ତିଜଣଙ୍କ ପୁଲିସକୁ ହାତ ଠାରି ଡାକିବା ପରେ କର୍ମଚାରୀମାନେ ପହଞ୍ଚିଥିଲେ। ଗାଡିରେ ବସିଥିବା ୩ଜଣ ମହିଳା ଓ ବ୍ୟକ୍ତିଜଣଙ୍କ ଓହ୍ଲାଇ ପଡ଼ିଥିଲେ। ଆଉ ଗାଡି ଚାଳକଙ୍କୁ ପୁଲିସ ଉଠାଇବା ପରେ ବାଉଳା ହୋଇ ଏଣୁ ତେଣୁ କହିବାକୁ ଲାଗିଲେ। ପୁଲିସ ଗାଡିରେ ବସିଥିବା ଲୋକଙ୍କ କଥା ଶୁଣୁଥିବା ବେଳେ ଚତୁରତାର ସହ ଆମ୍ବୁଲାନ୍ସ ଚାଳକ ଆର୍‍ଟିଓ ଅଫିସ୍‍ ବାଟ ଦେଇ ଫେରାର ହୋଇଗଲେ। ସୂଚନା ଅନୁସାରେ, କଳାହାଣ୍ଡି ଜିଲା ଏମ୍‍.ରାମପୁର ବାଙ୍କେଲ ଗାଁର ନାରାୟଣ ସାହୁ ଓ ଟେପା ସାହୁଙ୍କ ଝିଅ ସୁଶୀଳା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ମାଲପଡ଼ାର ଅର୍ଣ୍ଣ ସାହୁଙ୍କ ପୁଅକୁ ବିବାହ କରିଛନ୍ତି। ପ୍ରସବ ବେଦନା ଯୋଗୁଁ ଶନିବାର ଗାଡି ଭଡ଼ା କରି ବୋହୂ ସୁଶୀଳାଙ୍କୁ ବଲାଙ୍ଗିର ଆଣିଥିଲେ। ସେଠାରେ ଅସ୍ତ୍ରୋପଚାର କରଯାଇଥିଲା। ଶିଶୁଟିଏ ଜନ୍ମ ହୋଇଥିଲା। ମଙ୍ଗଳବାର ସେମାନଙ୍କୁ ଡିସଚାର୍ଜ କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସେମାନେ ଘରକୁ ଫେରୁଥିଲେ। ଚାଳକ ପ୍ରଥମେ ପାଟଣାଗଡ ରାସ୍ତାରେ ନେଇଥିଲେ। ଏହି ରାସ୍ତା ନୁହେଁ କହିବାରୁ ଚାଳକ ସହର ମଧ୍ୟରେ ୨ ଘଣ୍ଟା ବୁଲାଇବା ପରେ ଟିଟିଲାଗଡ ରାସ୍ତାରେ ଯାଉଥିବା ବେଳେ ମାତାଲ ଅବସ୍ଥାରେ ମନଇଚ୍ଛା ଚଳାଉଥିବା ଅଭିଯୋଗ କରିଛନ୍ତି ଗାଡିରେ ଥିବା ସୁଶୀଳା, ବାପା-ମା ଓ ଛୁଆକୁ ଧରିଥିବା ଶାଶୁ ଅର୍ଣ୍ଣ। ପୁଲିସ ପିସିଆର୍‍ ସେମାନଙ୍କ ପାଇଁ ଏକ ଗାଡି ବ୍ୟବସ୍ଥା କରିବା ପରେ ସେମାନେ ଗାଁକୁ ଫେରିଥିବା ଜଣାପଡ଼ିଛି। ଆମ୍ବୁଲାନ୍ସ ଚାଳକଙ୍କ କାରନାମା ଆର୍‍ଟିଓ ଛକରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories