www.samajalive.in
Friday, December 12, 2025
19.1 C
Bhubaneswar

ରେମ୍ପେଲା ସେତୁରେ ଟ୍ରକ ଡ୍ରାଇଭରକୁ ଭୁଜାଲିରେ ଆକ୍ରମଣ କରି ୧୩ହଜାର ଟଙ୍କା ଲୁଟ୍‌

ବନ୍ଧବାହଲ: ରେମ୍ପାଲା ସେତୁ ପୁଣି ଆତଙ୍କ ରାଜ। ପୋଲିସର ନିସିକ୍ରୟତା ଯୋଗୁଁ ରେମ୍ପାଲା ସେତୁ ଦୁର୍ବୃତ୍ତମାନଙ୍କ ଶିକାର ହେଉଛନ୍ତି ଜନସାଧାରଣ।ପୁଲିସର ପ୍ରେଟୋଲ୍ ଲିଙ୍କ୍‌ରେ ଦେଖାଦେଇଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କାଲି ରାତିରେ ପୁଣି ରେମ୍ପାଲା ସେତୁ ନିକଟରେ ଆତଙ୍କ ରାଜ ଦେଖିବାକୁ ମିଳିଛି। ସେଠାରେ ଏକ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡ଼ମାରି ତାଙ୍କଠାରୁ କିଛି ଦୁର୍ବୃତ୍ତ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

- Advertisement -

ଗତକାଲି ରାତି ପ୍ରାୟ ୧୨ଟାରେ ବନ୍ଧବାହଲ ଅଞ୍ଚଳର ଏକ ଟ୍ରକ ବୌଦ୍ଧ ଜିଲା ଅଞ୍ଚଳରୁ କୋଇଲା ଖାଲି କରି ଫେରୁଥିଲା। ଏହି ସମୟରେ ରେମ୍ପାଲା ସେତୁ ପାଖରେ ଟ୍ରକର ଯାନ୍ତ୍ରିକ ତୃଟି ଯୋଗୁ ଖରାପ ହୋଇଯାଇଥିଲା। ତେଣୁ ସେଠାରେ ଟ୍ରକ୍‌କୁ ଠିଆ କରିଥିଲେ। ସକାଳ ହେଲେ ମେକାନିକ୍ ଡାକି ଟ୍ରକ ମରାମତି କରିବେ ଭାବି ଟ୍ରକ ଚାଳକ ସିମାଞ୍ଚଳ ବରାଡ଼ ଟ୍ରକ ଭିତରେ ବିଶ୍ରାମ ନେଇଥିଲେ। ସେହି ସମୟରେ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ବୋଲେରୋ ସେଠାରେ ଅଟକି ଥିଲା। ବୋଲେରୋରେ ଯାଉଥିବା କିଛି ଦୁର୍ବୃତ୍ତ ଅଟକିଥିବା ଟ୍ରକ୍‌ ନିକଟକୁ ଆସିଥିଲେ। ସେମାନେ ଟ୍ରକ ଚାଳକ ସିମାଞ୍ଚଳକୁ ଉଠାଇଥିଲେ ଏବଂ ଗେଟ୍ ଖୋଲି ଭିତରକୁ ପଶି ଟଙ୍କା ମାଗିଥିଲେ। ଟ୍ରକ୍‌ ଚାଳକ ଟଙ୍କା ଦେବା ପାଇଁ ମାନ କରି ଦେବାରୁ ସେମାନେ ତାଙ୍କୁ ଭୂଜାଲି ଓ ଚାକୁରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ପେଣ୍ଟ ପକେଟ୍ ଥିବା ୧୩ ହଜାର ଟଙ୍କା ଲୁଟି ନେଇଥିଲେ। ଆହତ ଟ୍ରକ୍‌ ଚାଳକ ଟ୍ରକ ଭିତରେ ରକ୍ତ ହୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ। ଦୁର୍ବୃତ୍ତମାନେ ଗଲାବେଳେ ଟ୍ରକ୍‌ଚାଳକଙ୍କ ମୋବାଇଲ ଫୋନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଶୀତ ରାତି ହୋଇଥିବାରୁ ରାତି ୧୨ଟା ପରେ ଆହତଚାଳକ ଜଣକୁ ସାହାଯ୍ୟ ମିଳିପାରିନଥିଲା ଓ ସାରା ରାତି ସେ ରକ୍ତାକ୍ତ ଅବସ୍ଥାରେ ଜୀବନ ସହ ସଂଘର୍ଷ କରିଥିଲେ। ସକାଳ ସମୟରେ
କିଛି ବ୍ୟକ୍ତି ତାଙ୍କୁ ଉଧ୍ୟାର କରି ପୋଲିସ କୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ବନହରପାଲି ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭରକୁ ଲଖନପୁର ହସ୍ପିଟାଲକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ଚାଳକ ଜଣଙ୍କ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଟ୍ରକଟି ବନ୍ଧବାହଲ ଅଞ୍ଚଳର ବୋଲି ଜଣାପଡ଼ିଛି। ବ୍ରଜରାଜନଗର ନଗର ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ, ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ବନହରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଭଳି ଘଟଣା ପୁଣି ରେମ୍ପାଲା ସେତୁରେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଅଞ୍ଚଳରେ ପୁଲିସ ପକ୍ଷରୁ କଡ଼ାକଡ଼ି ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories