୩ଟି ଲୋକସଭା ଏବଂ ୨ଟି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ

0

ଲକ୍ଷ୍ନୌ/ପାଟନା : ଉତ୍ତର ପ୍ରଦେଶର ଦୁଇଟି ଓ ବିହାରର ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ରବିବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗୋରଖପୁରରେ ୪୩ ପ୍ରତିଶତ ଓ ଫୁଲପୁରରେ ୩୭.୩୯ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।
ସେହିପରି ବିହାରର ଆରାରିଆ ଲୋକସଭା ଆସନରେ ଏବଂ ଜେହାନାବାଦ ଓ ଭଭୁଆ ବିଧାନସଭା ଆସନରେ ୪୭ ପ୍ରତିଶତ ମତଦାନ ହୋଇଛି। ତେବେ ମତଦାନର ଚୁଡାନ୍ତ ରିପୋର୍ଟକୁ ପ୍ରତିକ୍ଷା କରାଯାଇଛି।
ଗୋରଖପୁର ଲୋକସଭା ଆସନରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଫୁଲପୁର ଆସନରୁ ଇସ୍ତଫା ଦେବା ପରେ ଏଠାରେ ନିର୍ବାଚନର ଆବଶ୍ୟକତା ଥିଲା। ତେବେ ମତଦାନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବିଜେପି ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଦି ପାଇଛି ଏବଂ  ଉପ ନିର୍ବାଚନରେ ବିଜେପି ବିଜୟୀ ହେବ।
ଅନ୍ୟ ପକ୍ଷରେ ଆର୍‌.ଜେ.ଡି. ସାଂସଦ ମହମ୍ମଦ ତସ୍‌ଲିମୁଦ୍ଦିନ୍‌, ବିଧାୟକ ମୁଦି୍ରକା ସିଂହ ଏବଂ ବିଜେପି ବିଧାୟକ ଆନନ୍ଦ ଭୂଷଣ ପାଣ୍ଡେଙ୍କ ମୃତ୍ୟୁ ପରେ ବିହାରର ଏହି ତିନିଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ୧୪ ତାରିଖରେ ଭୋଟ ଗଣନା ସହିତ ଫଳାଫଳ ପ୍ରକାଶ ପାଇବ।

Leave A Reply