www.samajalive.in
Monday, December 15, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୨-୧୨-୨୦୨୦)

ମେଷ: କାର୍ଯ୍ୟରେ ବିଘ୍ନ ଉପୁଜି ପାରେ। ମନସ୍ତାପ କରି ପାରନ୍ତି। କଠିନ ସ୍ବଭାବର ହୋଇପାରନ୍ତି। ମନରେ ଭୟର ସଂଚାର ହୋଇପାରେ। ପ୍ରଭାବଶାଳୀ ହେବେ। ନୀତି ନିୟମ ଅନୁସାରେ କାର୍ଯ୍ୟ ସଂପାଦନ କରିପାରନ୍ତି।

ବୃଷ: ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବୁଦ୍ଧିମାନ୍‌ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ।

- Advertisement -

ମିଥୁନ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବେ। ବିଳାସ ବ୍ୟସନ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଶତ୍ରୁକୁ ପରାଜିତ କରି କାର୍ଯ୍ୟରେ ଆଗେଇବେ।

କର୍କଟ: ଦିନଟି ଶୁଭଙ୍କର ହେବ। ସେବା ପୂଜାରେ ନିୟୋଜିତ ହୋଇପାରନ୍ତି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ବିବାଦରେ ବିଜୟୀ ହୋଇ ଆନନ୍ଦ ଉଲ୍ଲାସ କରିପାରନ୍ତି। ସନ୍ତାନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ।

ସିଂହ: କାର୍ଯ୍ୟରେ ବିଚଳିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମତିଭ୍ରମ ଯୋଗୁଁ ଭୁଲ କାର୍ଯ୍ୟ କରିପାରନ୍ତି। ଜ୍ଞାନ ଗରିମାଯୁକ୍ତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ମିତ୍ର ଲାଭ ସହିତ, ଦେବ ଗରୁ ପ୍ରସନ୍ନ ହେବେ।

କନ୍ୟା: ମିଳିଥିବା ସୁଯୋଗର ସଦୁପଯୋଗ କରିପାରନ୍ତି। ଆନନ୍ଦ ଉତ୍ସବରେ ସାମିଲ ହେବେ। ଶୁଭକାର୍ଯ୍ୟ କରଣୀୟ। ଦୀର୍ଘଦିନର ଆଶା ପୂରଣ ହେବ। ବସ୍ତ୍ର ଭୂଷଣ ଲାଭ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ସର୍ବ ସୁଖ ମିଳିପାରେ।

ତୁଳା: ଦୂରୁହ କାର୍ଯ୍ୟ ସମ୍ପାଦନ କରିବାରେ ପାରଙ୍ଗମ ହେବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି।

ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବହୁ ଶୁଭଫଳ ଆଶାକରାଯାଏ। କର୍ମୋନ୍ନତି ଘଟି ଚାଲିବ। ବନ୍ଧୁ ଦର୍ଶନ ଉପକାରରେ ଆସିବ। ବହୁ ସୁଖର ଅଧିକାରୀ ହେବେ। ସାଧୁ କଲ୍ୟାଣ ମିଳିବ।

ଧନୁ: ସର୍ବଦା ସହାସ୍ୟ ମୁଖ ହେବେ। ବିଶୁଦ୍ଧ ଭାଷା ବ୍ୟବହାର କରି ସବୁରି ପ୍ରିୟଭାଜନ ହୋଇପାରନ୍ତି। ଧନଶାଳୀ ହେବା ଆଶାକରାଯାଏ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ମାତ୍ର ବୃଦ୍ଧମାନଙ୍କ ପାଇଁ ଏହା ପ୍ରଯୁକ୍ତ ନୁହେଁ।

ମକର: ସମ୍ପର୍କରେ ଢ଼େର ଉନ୍ନତି ଘଟିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଭୋଜନ ସୁଖ ମିଳିବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ହୋଇପାରନ୍ତି। କୃଷି କର୍ମଣ ଦକ୍ଷତା ପ୍ରତିପାଦନ କରିବେ। ବିଜୟୀ ହେବେ।

କୁମ୍ଭ: ମାନ ସମ୍ମାନ ପୂର୍ଣ୍ଣ ହେବ, ମାତ୍ର ଏଥି ପାଇଁ ବହୁ କଷ୍ଟ ସହିବାକୁ ପଡ଼ିବ। ଆଶାବାଦୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଆପଣଙ୍କ କାର୍ଯ୍ୟ ଶୈଳୀରେ ସାଧାରଣ ଜନତା ଅଭିଭୂତ ହେବେ।

ମୀନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ମାତ୍ର କେତେକ ସ୍ଥାନରେ ବିଘ୍ନ ଘଟିପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories