www.samajalive.in
Monday, December 15, 2025
16.1 C
Bhubaneswar

୧୦୦ ଟଙ୍କାରେ କରୋନା ଟେଷ୍ଟ କରିବାକୁ ଘରୋଇ ହସ୍ପିଟାଲକୁ ସ୍ବାସ୍ଥ୍ୟବିଭାଗର ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମି ଚାଲିଥିବାବେଳେ ଏହାକୁ ତାଳଦେଇ ବିଭିନ୍ନ ପ୍ରକାର ପରୀକ୍ଷା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ଜୁଲାଇରେ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୪୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବାବେଳେ ସୋମବାର ଏହାକୁ ୧୦୦ଟଙ୍କାକୁ ହ୍ରାସ କରାଯାଇଛି। ଏହାଠାରୁ କୌଣସି ଘରୋଇ ହସ୍ପିଟାଲ ଅଧିକ ମୂଲ୍ୟ ଦାବି କରିପାରିବେ ନାହିଁ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଏସଂକ୍ରାନ୍ତରେ ଶ୍ରୀ ମହାପାତ୍ର ସୋମବାର ଏକ ନିର୍ଦେଶନାମା ସବୁ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ବିଭାଗ ପକ୍ଷରୁ ଜୁଲାଇ ୧୪ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଜିଏସଟି ମିଶିକରି ସରକାର ଏହି ଦର ନିର୍ଦ୍ଧାରଣ କରିଛନ୍ତି। ରାଜ୍ୟ ଭିତରେ ଯେଉଁମାନେ ଘରୋଇ ହସ୍ପିଟାଲରେ ପରୀକ୍ଷା କରିବେ ସେମାନଙ୍କୁ ରାପିଡ଼ ଆଣ୍ଟିଜେନ ପରୀକ୍ଷା ପାଇଁ ୧୦୦ଟଙ୍କା ଦେବାକୁ ପଡ଼ିବ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories