www.samajalive.in
Tuesday, December 9, 2025
23.1 C
Bhubaneswar

କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା : ରାସ୍ତା କଡରେ ପ୍ରସବ

କାଶୀପୁର : ସରକାରଙ୍କ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ। ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା।ରାୟଗଡ ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଶିରୋନାମା ପାଲଟିଥିବା ବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ୍ଦ ଯୋଡି ହେଉଛି। ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତ ଅନ୍ତର୍ଗତ ସରାଫାସ ଗ୍ରାମରେ।

ଏହି ଗ୍ରାମର ହର ମାଝୀଙ୍କ ସ୍ତ୍ରୀ ଶାଲା ମାଝୀ (୨୫) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଗାଁ କୁ ପକ୍କା ସଡକ ନଥିବାରୁ ଆମୁଲାନ୍ସ ଗ୍ରାମକୁ ଯାଇପାରିନଥିଲା। ଫଳରେ ଆମ୍ବୁଲାନ୍ସଟି ଗ୍ରାମ ଠାରୁ ପ୍ରାୟ ୩ କି.ମି ଦୂର ବାସଙ୍ଗମାଳି ଠାରେ ଅଟକି ରହିଥିଲା। ୧୦୨ ଆମ୍ବୁଲେନ୍ସ ଚାଳକ ପରୀକ୍ଷିତ ନାଏକ, ଆଶାଦିଦିଙ୍କ ସହ ପରିବାର ସଦସ୍ୟାଙ୍କ ଉଦ୍ୟମରେ ୩ କି.ମି ଗର୍ଭବତୀଙ୍କୁ ଭାରରେ ବୋହି ପଥୁରିଆ ପାହାଡିଆ ରାସ୍ତା ପାର କରି ଆମ୍ବୁଲାନ୍ସ ନିକଟକୁ ଆଣିବା ସମୟରେ ପ୍ରସବ ବେଦନା ଅତ୍ୟାଧିକ ହେବାରୁ ରାସ୍ତା କଡରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମା ଏବଂ ଶିଶୁକୁ ଭର୍ତ୍ତି କରାଯାଇଥିଲା। ତେବେ ଉଭୟ ମା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories