www.samajalive.in
Monday, December 15, 2025
16.1 C
Bhubaneswar

ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲେ ଡ୍ରାଇଭର, ପୋଡିଗଲା ଧାନ ଓ ଅମଳ ମେସିନ

ବୁଗୁଡ଼ା : ସରିଥିଲା ନିର୍ବନ୍ଧ । ଆସନ୍ତା ସରସ୍ବତୀ ପୂଜା ଦିନ ହୋଇଥାନ୍ତା ବାହାଘର । ହେଲେ ନିଜ ମାଲିକର ଟ୍ରାକ୍ଟରଟିକୁ ବିଦ୍ୟୁତ ନିଆଁରୁ ବଞ୍ଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର। ପ୍ରାଣ ହରାଇଥିବା ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଲଡ଼ୁ କିଶୋର ପ୍ରଧାନଙ୍କ ଏକ ମାତ୍ର ପୁଅ ମନୋଜ ପ୍ରଧାନ (୩୪ )। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ। କାନ୍ଦ ବୋବାଳିରେ ଫାଟି ପଡିଛି ବୁଗୁଡ଼ା ମେଡିକାଲ ପରିସର। ଏକ ମାତ୍ର ରୋଜ ଗାରିଆ ପୁଅକୁ ହରାଇ ବାପା ମା ଜଡ଼ ପାଲଟି ଯାଇଥିବା ବେଳେ ଗ୍ରାମବାସୀ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଆଜି ଧାନ ଅମଳ କରିବା ପାଇଁ ମନୋଜ ଟ୍ରାକ୍ଟରରେ ଧାନ ଅମଳ ମେସିନ ଲଗାଇ ବି.ବ୍ରହ୍ମପୁର ଗ୍ରାମର ସୁକାନ୍ତି ନାୟକଙ୍କ ବ୍ୟକ୍ତିଙ୍କ ଧାନ ଖଳାକୁ ଆସି ମେସିନ ଲଗାଇଥିଲେ। ମେସିନ ଚାଲିଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ ନିଆଁ ଝୁଲ ଖସି ଥିଲା । କାଳେ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡ଼ିଯିବ ଭାବି ଘୁଞ୍ଚାଇବା ପାଇଁ ମନୋଜ ଟ୍ରାକ୍ଟର ଷ୍ଟାର୍ଟ କରୁଥିବା ସମୟରେ ହଠାତ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡିବା ଫଳରେ ଗାଡି ସାରା ବିଦ୍ୟୁତ ପ୍ରବାହ ହୋଇ ଯାଇଥିଲା ଫଳରେ ମନୋଜଙ୍କ ହାତ ଜଳି ଯିବା ସହ ବିଦ୍ୟୁତ ଧକ୍କାରେ ଫୋପାଡ଼ି ହୋଇ ପଡ଼ିଥିଲେ।

ସ୍ଥାନୀୟ ଯୁବକ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମନୋଜଙ୍କୁ ବୁଗୁଡ଼ା ମେଡିକାଲ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବୁଗୁଡ଼ା ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ୪୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇ ଥିବା ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ ସୂଚନା ଦେଇଛନ୍ତି।

- Advertisement -

ଅଗ୍ନିକାଣ୍ଡରେ ବି. ବ୍ରହ୍ମପୁର ଗ୍ରାମର ଧାନ ଅମଳ କରୁଥିବା ସୁକାନ୍ତି ନାୟକଙ୍କ ସବୁ ଧାନ ସହ ଧାନ ଅମଳ ପାଇଁ ଆସିଥିବା ମେସିନଟି ମଧ୍ୟ ଜଳି ଯାଇଛି। ମନୋଜ ନୁଆଁ ଦଦରା ଖୋଲ ଗ୍ରାମର ଦାଶରଥି ନାୟକଙ୍କ ଟ୍ରାକଟର ଡ୍ରାଇଭର଼୍ ଭାବେ କାମ କରୁଥିଲେ। ତିନି ଭଉଣୀଙ୍କ ଗେଲା ଭାଇ ଥିବା ମନୋଜଙ୍କ ନିକଟସ୍ଥ କରଚୁଲି ଗ୍ରାମରେ ବାହାଘର ଠିକ୍ ହୋଇ ନିର୍ବନ୍ଧ ସରିଥିଲା। ଆସନ୍ତା ଜାନୁୟାରୀ ମାସରେ ହୋଇଥାନ୍ତା ବାହାଘର। ହେଲେ ତାହା ପୂର୍ବରୁ ଅକାଳରେ ଚାଲିଗଲା ଜୀବନ। ପ୍ରାୟ ସପ୍ତାହ ତଳେ ସେହିସ୍ଥାନରେ ବିଦ୍ୟୁତ୍ ଆଘାତରେ ଏକ ମାଙ୍କଡ଼ ର ମୃତ୍ୟୁ ଘଟିଥିବା ବେଳେ ସେହି ଦିନ ଠାରୁ ବିଦ୍ୟୁତ୍ ତାରରୁ ନିଆଁ ଝୁଲ ବାହାରୁଥିବା ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଜଣାଇଥିବା କହିଛନ୍ତି। ଦୁର୍ଘଟଣା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ତାର ସଜାଡ଼ିବାକୁ ଯାଇଥିଲେ ହେଁ ସମ୍ପୂର୍ଣ୍ଣ ତାର ବଦଲାଇ ନୂଆ ତାର ପକେଇବା ପାଇଁ ଗ୍ରାମ ବାସୀ ଅଡି ବସିଥିବା ଜଣାଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories