www.samajalive.in
Monday, December 8, 2025
14.1 C
Bhubaneswar

ମିଲର୍ସ-ବେପାରୀଙ୍କ ଜାଲରେ ଛନ୍ଦି ହୋଇଯାଇଛି ଧାନ ସଂଗ୍ରହ ନୀତି

ରେଙ୍ଗାଲି : ସରକାର ଙ୍କ ଧାନ ସଂଗ୍ରହ ନୀତି ମିଲର୍ସ ଏବଂ ବେପାରୀ ତଥା ଦଲାଲ୍ ମାନଙ୍କ ଜାଲ୍ ରେ ଛନ୍ଦି ହୋଇଯାଇଛି। ଧାନକ୍ରୟ କେନ୍ଦ୍ରମାନଙ୍କରେ ଧାନ କିଣାବିକାରେ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ହାତବାରିସୀ କରି ମିଲର୍ସ ଏବଂ ବେପାରୀ ମାନଙ୍କ ମନମୁଖୀ କାରବାର ଚାଲିଛି। ବଜାର ଉପ-ପ୍ରାଙ୍ଗଣକୁ ଆସୁଥିବା ଧାନ ଚାଷୀଙ୍କ ଠାରୁ ଟୋକନ ଯାଞ୍ଚ କରି ଏଣ୍ଟ୍ରି କଲାପରେ ମାନ ନିର୍ଦ୍ଧାରଣ ପାଇଁ ଏନାଲେଲେସିସ୍ /ଗ୍ରେଡିଂ /ଆର୍ଦ୍ରତା ନିର୍ଦ୍ଧାରଣ ନକରି ସିଧା ମିଲ୍ କୁ ଧାନ ପଠାଇ ଦିଆଯାଇଛି। ମିଲ୍ କୁ ଗଲେ କେଉଁଠି କୁଇଣ୍ଟାଲ୍ ପିଛା ୫କେଲି ରୁ ୮କେଜି ତ କେଉଁଠି ପକେଟ୍ ପ୍ରତି ୩/୪ କେଜି କଟ୍‌ନୀ ଛଟ୍‌ନୀ ଆଳରେ ମନଇଚ୍ଛା କାଟି ଦିଆଯାଉଥିବାରୁ ଚାଷୀ ମାନେ ଘୋର କ୍ଷତିର ସମ୍ମୁଖିନ ହେଉଛନ୍ତି। ଧାନ ଭର୍ତ୍ତି ହୋଇଥିବା ପକେଟ୍ ବାବଦରେ ପ୍ଳାଷ୍ଟିକ୍ ହେଇଥାଉ କି ଅଖା ବସ୍ତା ହେଇଥାଉ ୭ଶହ ଗ୍ରାମ କାଟି ଦିଆଯାଉଛି। ଅଧିକାଂଶ  ଚାଷୀଙ୍କୁ ବସ୍ତା ଫେରସ୍ତ କରାଯାଉ ନାହିଁ। ବଜାର ରେ ଖାଳି ପେକେଟ୍ ବସ୍ତା ୨୮ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଚାଷୀ ଧାନ ଭର୍ତ୍ତି କରିବା ପାଇଁ ବଜାର ରୁ  କିଣି ଆଣୁଥିବା ପେକେଟ୍ ମିଲର୍ସ ଠାରୁ ଫେରି ନପାଇ କ୍ଷତିଗ୍ରସ୍ତ ହେଉଛି। ଏସବୁ ମନମୁଖୀ କାରବାର ର ପ୍ରତିବାଦ କଲେ ବି କେହି ଶୁଣିବାକୁ ନାହାନ୍ତି। ପ୍ରତିବାଦ କରୁଥିବା ଚାଷୀ ଙ୍କୁ ଧମକ ଚମକ ଦେଉଥିବା ଏପରିକି ମାଡ ଦେଉଥିବାର ନଜିର୍ ବିଗତ ଦିନ ରେ ବିକ୍ରି ହେଖିବାକୁ ମିଳିଛି କିନ୍ତୁ ମିଲର୍ସ ମାନଙ୍କ ସହିତ ସେଟିଂ ଥିବାରୁ  ବେପାରୀମାନଙ୍କ ଜରିଆ ରେ ମିଲ୍ କୁ ଯାଉଥିବା ଧାନ ଦେଢ କେଜି ରୁ ଦୁଇ କେଜି କଟ୍‌ନୀ ଛଟ୍‌ନୀ କରାଯାଉଥିବାର ଜଣାପଡିଛି। ପ୍ରଶାସନିକ ଉଦାସୀନତା ଫଳରେ ବଜାର -ଉପପ୍ରାଙ୍ଗଣରେ ମିଲର୍ସ ଏବଂ ବେପାରୀ ମାନଙ୍କର ଏଭଲି ମନମୁଖୀ ଏକଚାଟିଆ କାରବାର ଚାଲିଛି। ମିଲର୍ସ – ବେପାରୀ ମାନଙ୍କ କବଜାରେ ଚାଲିଥିବା ସମାନ୍ତରାଲ ବ୍ୟବସ୍ଥାରେ ଏଭଲି ଜାଲ୍ ବିଛାଇ ଦିଆଯାଉଛି ଯେ ଚାଷୀ ବେପାରୀ ମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛି। ପ୍ରଶାସନର ନିଷ୍କ୍ରିୟତା ର ସୁଯୋଗ ନେଇ ଏମ୍ଏସ୍ପି କୁଇଣ୍ଟାଲ୍ ପ୍ରତି ୧୮ଶହ ୬୮ ଟଙ୍କା ଥିବା ବେଳେ ୧୨ ଶହ / ୧୩ଶହ ରୁ ୧୪ ଶହ ଟଙ୍କା ରେ ଚାଷୀ ବେପାରୀ ମାନଙ୍କୁ ଧାନ ବିକ୍ରି କରିଦେଉଥିବାର ଜଣାପଡିଛି। ବେପାରୀ ମାନେ ପୂର୍ବରୁ ଚାଷୀମାନଙ୍କ ଟାରୁ ଶହେ ରୁ ଦେଢ ଶହ ଟଙ୍କାରେ ଧାନ କାର୍ଡ ଟୋକନ୍ କିଣି ନେଇ ବଜାର ଉପ-ପ୍ରାଙ୍ଗଣ ରେ ଏଣ୍ଟ୍ର୍ରି କରି ମାଲେମାଲ୍ ହେଉଛନ୍ତି। ଯୋଗାଣ ବିଭାଗ, ଆର୍‌ଏମ୍‌ସି,ସମବାୟ ବିଭାଗ ସହିତ ମିଲର୍ସ ଏବଂ ବେପାରୀ ମାନଙ୍କର ସେଟିଂ ଥିବାରୁ ବଜାର ଉପ-ପ୍ରାଙ୍ଗଣ ରେ ମିଲର୍ସ ଏବଂ ବେପାରୀମାନେ ଚକ୍ରବ୍ୟୁହ ଜାଲ୍ ବିଛାଇ ଧାନ ସଂଗ୍ରହ ନୀତିକୁ ଆଖିଠାର୍ ମାରି ଚାଷୀ ମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories