www.samajalive.in
Sunday, December 14, 2025
14.1 C
Bhubaneswar

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା, ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ପୁରୀ : ଏଣିକି ମାତ୍ର ୧୦୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ରହିବାକୁ ଏଣିକି ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା କୋଣସି ହୋଟେଲରେ ଅଧିକ ଦର ଦେଇ ରହିବାକୁ ପଡିବନି । ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ । ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦେବା ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନା ଅନୁଯାୟୀ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି । ଏ ନେଇ ୯ରୁ ୧୦ ଏକର ଜମି ମଧ୍ୟ ଚିହ୍ନଟ ହୋଇଛି, ଯେଉଁଠାରେ ଧର୍ମଶାଳାର ନିର୍ମାଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ।

ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ସୁନ୍ଦରୀକରଣ, ମଲ୍ଟିପଲ୍ ପାର୍କିଂ ବ୍ୟବସ୍ଥା, ଶ୍ରୀସେତୁ ସମେତ ଅନ୍ୟାନ୍ୟ ଉନ୍ନତୀମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ରହଣୀର ବ୍ୟବସ୍ଥା ମଧ୍ୟ କରାଯାଇଛି  । ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ । ଏଠାରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ । ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ ।ଏହି ସ୍ୱଳ୍ପ ଦେୟ ମଧ୍ୟରେ ସେମାନଙ୍କ ରହଣୀ ସହ ଖାଦ୍ୟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

- Advertisement -

ଜେଲ୍ ରୋଡ୍ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ କାମ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଚାରିପାଖରେ ୨୦ ମିଟର ରାସ୍ତା ନିର୍ମାଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସରେ ରାସ୍ତା କାମ ଆରମ୍ଭ ହେବ । ଅବଢ଼ା ଯୋଜନାରେ ଏହି ସବୁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories