୩୨ କୋଟି ଆଧାର ନମ୍ବର ସହ ସଂଯୋଗ ହୋଇଛି ଭୋଟର ଆଇଡି 

0

ବେଙ୍ଗାଲୁରୁ : ଦେଶରେ ବର୍ତ୍ତମାନ ସୁଦ୍ଧା ୩୨ କୋଟି ଆଧାର ନମ୍ବରକୁ ଭୋଟର ଆଇଡ ସହ ସଂଯୋଗ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର୍‌ ଓମ୍‌ ପ୍ରକାଶ ରାୱତ୍‌ ଏହି ସୂଚନା ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ଚାଲିଥିବା ଜନସ୍ୱାର୍ଥ ମାମଲା ଉପରେ ଶୁଣାଣୀ କରି ସାରିବା ପରେ ୫୪କୋଟିରୁ ଅଧିକ କାର୍ଡର ସଂଯୋଗୀକରଣ କରାଯିବ। ବଙ୍ଗାଲୁରୁଠାରେ ଗଣତାନ୍ତ୍ରିକ ସଂସ୍କାର ସଂକ୍ରାନ୍ତ ଏକ ସଂଗଠନର ଜାତୀୟ ଆଲୋଚନାରେ ଉଦ୍‌ବୋଧନ ଦେଇ ଶ୍ରୀ ରାୱତ୍‌ ଏହା କହିଛନ୍ତି। ଅନ୍ୟପକ୍ଷରେ ଇଭିଏମ୍‌ ଟାମ୍ପରିଂ ନେଇ ହେଉଥିବା ଅଭିଯୋଗର ଉତ୍ତରରେ ଶ୍ରୀ ରାୱତ୍‌ କହିଛନ୍ତି ଏ ନେଇ ଆସୁଥିବା ମାମଲାରେ ସତ୍ୟତା ଥିଲେ ଉଚିତ୍‌ ପଦକ୍ଷେପ ନିଆଯିବ।

Leave A Reply