www.samajalive.in
Monday, December 15, 2025
14.1 C
Bhubaneswar

ଆଜିଠୁ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା କଟକଣା ଭିତରେ ରାଜ୍ୟର ମେଡ଼ିକାଲ୍‌ କଲେଜ ଖୋଲିବା ପାଇଁ ପୂର୍ବର ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଦୀର୍ଘ ୮ମାସ ବନ୍ଦ ରହିବା ପରେ ଆଜିଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଥିବା ଆୟୁର୍ବେଦିକ ଓ ହୋମିଓପାଥିକ କଲେଜ ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ କୋଭିଡ କଟକଣା ଯେମିତି କି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରି କଲେଜରେ ପାଠ ପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।


ଦୀର୍ଘ ୮ ମାସ ପରେ ବନ୍ଦ ରହିବା ପରେ ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଆଜିଠାରୁ ଖୋଲିବାକୁ ଅନୁମତି ଦେଇଛନ୍ତି । ମେଡ଼ିକାଲ୍‌ କଲେଜଗୁଡ଼ିକ ଖୋଲିବା ପରେ ଆୟୁର୍ବେଦ ଓ ହୋମିଓପାଥି କଲେଜ ଖୋଲିବା ପାଇଁ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ। ତେବେ କରୋନା ସ୍ଥିତି ଉଦ୍‌ବେଗ ଜନକ ଭାବେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି କଲେଜଗୁଡ଼ିକୁ ଖୋଲିବାକୁ ଅନୁମତି ଦେଉ ନଥିଲେ। ଏବେ ରାଜ୍ୟରେ କରୋନା ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ହୋଇଛି। ପୂର୍ବରୁ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ରୁ୪ହଜାର ପର୍ଯ୍ୟନ୍ତ ରହୁଥିବାବେଳେ ବର୍ତ୍ତମାନ ଦୈନିକ ପ୍ରାୟ ୪ ଶହରୁ ୬ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସହ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧିରେ ଧିରେ ବନ୍ଦ ପଡିଥିବା ଅନେକ ଅନୁଷ୍ଠାନକୁ ଖୋଲିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ମେଡ଼ିକାଲ୍‌ କଲେଜ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି। ସେପଟେ କରୋନା ମହାମାରୀ ରାଜ୍ୟରୁ ସମ୍ପୁର୍ଣ୍ଣ ରୂପେ ଯାଇନଥିବା ବେଳେ କଲେଜ ଖୋଲିଲେ ବି ପୂର୍ବଭଳି ସମସ୍ତ କରୋନା କଟକଣା ପାଳନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏହି କଲେଜଗୁଡ଼ିକ ଆଜିଠାରୁ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତ୍ୱ ଏବଂ କୋଭିଡ ଗାଇଡଲାଇନ ମାନି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ଯୋଗୁ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଖୁବ୍‌ଶୀଘ୍ର ଅନ୍ୟ କଲେଜ ଖୋଲିପାରେ। ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories