www.samajalive.in
Sunday, December 14, 2025
19.1 C
Bhubaneswar

ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି; ୨ ଜଣଙ୍କୁ ଗିରଫ କଲା ପୁଲିସ 

ପଦ୍ମପୁର : ପଦ୍ମପୁର ଉପ ଖଣ୍ତରେ ବିଭିନ୍ନ ସ୍ଥାନରେ ଏୟାରଟେଲ ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ରାକେଟକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଗତ ୧୦ତାରିଖରେ ଜଗଦଲପୁର ଥାନା ଅଧୀନସ୍ଥ ବମ୍ବରିତ ଠାରେ ଥିବା ଏୟାରଟେଲ ଟାୱାରରୁ କେତେକ ଦୁର୍ବୃତ୍ତ ବ୍ୟାଟେରୀ ଚୋରି କରି ନେଇଥିଲେ। ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା, ଏ ଏସ ଆଇ ସତ୍ୟାନନ୍ଦ ଭୋଏ, ହାବିଲଦାର ଜିତେନ୍ଦ୍ରିୟ ଦାଶ ଏକ ଟିମ କରି ଗୁପ୍ତ ତଥ୍ୟ ସଂଗ୍ରହ କରି କୌଶଳ କ୍ରମେ ବ୍ୟାଟେରୀ ଚୋରମାନଂକୁ ଧରିବାରେ ସକ୍ଷମ ହୋଇଥିଲେ ।ତାଂକ ଠାରୁ ଚୋରି ହୋଇଥିବା ୨୪ଟି ବ୍ୟାଟେରୀରୁ୨୨ଟି ବ୍ୟାଟେରୀ  ଉଦ୍ଧାର କରାଯାଇଛି ।  ।ଚୋରି ସମୟରେ ବ୍ୟବହୃତ ବାଇକ ନଂଓଡି ୧୭ ଜି ୫୬୨୬କୁ ଜବତ କରାଯାଇଛି। ଅଭିଯୁକ୍ତ ମାନେ ହେଲେ କପସିଲା ଗ୍ରାମର ପ୍ରମୋଦ ରଣା ଓ ରାଏବାହାଦୁରପୁର ଗ୍ରାମର ଚନ୍ଦ୍ରହାସ୍ୟ ପଟେଲ। ଉଭୟଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏ ଏସ ଆଇ ସତ୍ୟାନନ୍ଦ ଭୋଏ ସୂଚନା ଦେଇଛନ୍ତି ।  ସେହିପରି ପଦ୍ମପୁର ଆଦର୍ଶ ଥାନା ଅଂଚଳରେ ବ୍ୟାଟେରୀ ଚୋରି ହୋଇଥିବାରୁ କେଶ ନଂ ୩୦୩/୨୦ରେ ମାମଲା ରୁଜ୍ଜୁ କରି ସବ୍ ଇନ୍ସପେକ୍ଟର ପ୍ରକାଶ ପାତ୍ର,ପି.ଏନ.ସାହୁ,ରବୀନ୍ଦ୍ର ହେମ୍ରମ ଟିମ ବଲାଂଗିର ର ମହମ୍ମଦ ତାହିର,ଜାହିଦ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories