www.samajalive.in
Sunday, December 7, 2025
16.1 C
Bhubaneswar

ଧାନ ଗଦାରେ ନିଆଁ ଲାଗି ପୋଡି ପାଉଁଶ

ନବରଙ୍ଗପୁର: ନବରଙ୍ଗପୁର ଥାନା ନିସନାହାଣ୍ଡି ଗାଁରେ ଧାନ ମଳିବା ପାଇଁ ଖଳାରେ ୮ ଜଣ ଚାଷୀ ସେମାନଙ୍କ ୧୦ ଏକର ଧାନ ଫସଲ ୮ ଟି ଧାନ ଗଦା କରି ରଖିଥିବାବେଳେ ଆଜି ସେହି ଧାନ ଗଦାରେ କୌଣସି ପ୍ରକାର ନିଆଁ ଲାଗି ସବୁତକ ଫସଲ ଜଳି ପୋଡି ପାଉଁଶ ହୋଇଯାଇଛି। ଧାନ ଗଦାରେ ନିଆଁ ଲାଗିବା ଦେଖିବା ପରେ ସେହିସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ନନ୍ଦାହାଣ୍ଡି ବ୍ଲକ ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ବି ନିଆଁ ଆୟତ୍ତ ନ ହେବାରୁ ନବରଙ୍ଗପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଧାନ ଗଦାମାନଙ୍କରେ ନିଆଁ କେମିତି ଲାଗିଲା ଏହା ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଚାଷୀ ମାନେ ଧାର, ଉଧାର କରି ଚାଷ କରି ଧାନ ବିକ୍ରି କରିବା ପରେ ଧାର ସୁଝିବେ ଏବଂ ଲାଭ ଟଙ୍କାରେ ପରିବାର ଭରଣ ପୋଷଣ କରିବେ ବୋଲି ଭାବିଥିଲେ ଏବେ ତାଙ୍କ ମୁଣ୍ଡରେ ଚଡକ ପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories