ଦିନାକରନଙ୍କ କାର୍‍ ଉପରକୁ ବୋମାମାଡ଼, ୩ ଆହତ

0

ଚେନ୍ନଇ : ଏଆଇଏଡିଏମ୍‍କେର ପୂର୍ବତନ ନେତା ଟିଟିଭି ଦିନାକରନଙ୍କ କାର୍‍ ଉପରକୁ ରବିବାର ବୋମାମାଡ ହୋଇଛି। ଏହି ବୋମାମାଡରେ ୩ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ଦିନାକରନଙ୍କ ଚେନ୍ନଇସ୍ଥିତ ଘର ବାହାରେ ଏହି ବୋମାମାଡ ହୋଇଛି। ପରିମାଲମ୍‍ ଓରଫ ବୁଲେଟ୍‍ ଏହି ବୋମାମାଡ କରିଥିବା ପୁଲିସ କହିଛି। ଦିନାକରନ ଗଢିଥିବା ଦଳ ଆମ୍ମା ମକ୍କାଲ ମୁନେତ୍ରା କାଝାଗମ୍‍ (ଏଏମ୍‍ଏମ୍‍କେ)ରୁ ପରିମାଲମଙ୍କୁ ନିକଟରେ ବହିଷ୍କାର କରାଯାଇଥିଲା। ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନେଇ କ୍ଷୁବ୍ଧ ପରିମାଲମ୍‍ ଏହି କାଣ୍ଡ ଘଟାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପରିମାଲମ୍‍ ବୋମାଟିକ ଦିନାକରନଙ୍କ ଘରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ; ମାତ୍ର ଏହା କାର୍‍ ଉପରେ ପଡି ବିସ୍ଫୋରଣ ହୋଇଥିଲା। ଏଥିରେ ଦିନାକରନଙ୍କ ଗାଡିଚାଳକ ପାଣ୍ଡିଆନ, ଏଏମ୍‍ଏମ୍‍କେ ଫଟୋଗ୍ରାଫର ଡାରୱିନ ଓ ନିକଟରେ ଛିଡା ହୋଇଥିବା ଜଣେ ଅଟୋ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ଆରକେ ନଗର ବିଧାୟକ ଥିବା ଦିନାକରନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିôବା ଏଏମ୍‍ଏମ୍‍କେ ଅଭିଯୋଗ କରିଛି।

Leave A Reply