www.samajalive.in
Wednesday, December 10, 2025
16.1 C
Bhubaneswar

ଘରେ ପହଞ୍ଚିବ କରୋନା ଟୀକାକରଣ ସୂଚନା, ଜାଣିପାରିବେ ଟୀକାକରଣ କେନ୍ଦ୍ର ଓ ସମୟ

କରୋନା ଟୀକାକରଣ ପାଇଁ ଦିନକୁ ଦିନ ସମ୍ଭାବନା ବୃଦ୍ଧି ପାଉଥିବା ବେଳେ କାହାକୁ କେଉଁଠି ଓ କେଉଁ ସମୟରେ ଟୀକାକରଣ କରାଯିବ ସେ ନେଇ ଜାଣିବା ଆବଶ୍ୟକ ହୋଇପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଏନଏମ, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ପୂର୍ବରୁ ସ୍ଥିରୀକୃତ ଲୋକଙ୍କ ଘରକୁ ଯାଇ ଭୋଟର ସ୍ଲିପ୍ ପରି କରୋନା ଟୀକାକରଣ ସ୍ଲିପ୍ ବିତରଣ କରିବେ। ଏହି ସ୍ଲିପରେ କିଏ ଟିକା ଦେବେ ତାଙ୍କ ନାମ ସହିତ ସମ୍ପୂର୍ଣ୍ଣ ସୂଚନା ରହିବ।

କରୋନା ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ସ୍ଥରରେ ପଦକ୍ଷେପ ନିଆଯାଉଥିବା ବେଳେ ଟୀକାକରଣ ପାଇଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସର୍ବପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ ପାଇଁ ଟୀକାକରଣ କେନ୍ଦ୍ର ନିର୍ଦ୍ଧାରିତ କରାଯାଉଛି। ରାଜ୍ୟଗୁଡ଼ିକରେ ଆଗ ଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ଦୁଇ ହଜାର କେନ୍ଦ୍ର ଏବଂ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ତିନି ହଜାର କେନ୍ଦ୍ର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ଟୀକାକରଣ ପାଇଁ ତଥ୍ୟ ବ୍ଲକ ସ୍ତରରେ କମ୍ପ୍ୟୁଟରରେ ରେକର୍ଡ କରାଯାଉଛି। ଏଥିରେ ହିତାଧିକାରୀଙ୍କ ନାମ, ବୟସ, ଠିକଣା ଓ ମୋବାଇଲ୍ ନମ୍ବର ଅନ୍ତର୍ଭୁକ୍ତ କରାଯିବ। ଏହି ଆଧାରରେ ଘରକୁ ଘର ଟୀକାକରଣ ବିଷୟରେ ଅବଗତ କରାଯିବ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories