www.samajalive.in
Sunday, December 7, 2025
26.1 C
Bhubaneswar

ବାଇକରେ କରୁଥିଲେ ସିଂହର ପିଛା ; ଗିରଫ ହେଲେ ୨

ଗୁଜରାଟ : ବାଇକରେ ୨ ବ୍ୟକ୍ତି ସିଂହକୁ ପିଛା କରି ଗିରଫ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି। ଘଟଣାକ୍ରମେ ଗୁଜରାଟର ଜୁନାଗଡ ଅଞ୍ଚଳରେ ବାଇକରେ ୨ ଜଣ ବ୍ୟକ୍ତି ସିଂହକୁ ପିଛା କରିବାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଭିଡ଼ିଓରେ ଦେଖାଯାଉଛି ଦୁଇ ଅଜଣା ବ୍ୟକ୍ତି ମୋଟରସାଇକେଲରେ ସିଂହକୁ ଗୋଡାଉଥିବାର ଦେଖାଯାଉଛି। ସିଂହଟି ମଧ୍ୟ ହଠାତ ବାଇକଟିକୁ ଦେଖି ଦୌଡ଼ିବାକୁ ଆରମ୍ଭ କରିଛି।
ମୁଖ୍ୟ ବନ୍ୟ ଅଧିକାରୀଙ୍କ ମତାନୁଯାୟୀ, ଭିଡିଓ ଯାଞ୍ଚ କରିବା ସମୟରେ ଜଣାପଡ଼ିଥିଲା ଏହା ଗୁଜରାଟର ଗିର ଇଷ୍ଟ ଫରେଷ୍ଟ ଡିଭିଜନର ତୁଲସିୟାମ ପରିସରର ଗାଦିଆ ଗ୍ରାମ ନିକଟର ବୋଲି ଜଣାପଡ଼ିଛି। ଯେଉଁଠାରେ ଦୁଇ ସ୍ଥାନୀୟ ଲୋକ ସିଂହଙ୍କୁ ହଇରାଣ କରୁଥିଲେ। ଏହାସହ ଭିଡିଓ ମଧ୍ୟ କରୁଥିଲେ। ଭିନ୍ନ ଭିନ୍ନ ଶବ୍ଦ ମଧ୍ୟ କରୁଥିଲେ। ଭିଡିଓ କରିବା ପରେ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ଯାହା ଭାଇରାଲ ହେବା ପରେ ଘଟଣାର ତଦନ୍ତ ହୋଇ ଉକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିଲା। ବନ୍ୟଅଧିକାରୀଙ୍କ କହିବା ଅନୁଯାୟୀ ବନ୍ୟଜନ୍ତୁଙ୍କୁ ହଇରାଣ ଆଦି କରିବା ଅପରାଧ। ଏଭଳି କାର୍ଯ୍ୟ କରିବା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଜୋରିମାନା ସହ ଜେଲ ମଧ୍ୟ ହେବ। ଘଟଣାର ତଦନ୍ତ ମଧ୍ୟ କରାଯାଉଛି।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories