www.samajalive.in
Sunday, December 14, 2025
17.1 C
Bhubaneswar

୬୦ଦଶକର ମହଙ୍ଗା କଫି କାର୍ !

ଏଇ ଶତାବ୍ଦୀରେ ଅଧିକାଂଶଙ୍କ ପସନ୍ଦ ଜିପିଏସ୍‌ କାର୍। ଆଜିକାଲିର କାର୍‌ରେ ଉପଲବ୍ଧ ଥିବା ସୁବିଧାଗୁଡ଼ିକ ନ ଦେଖିଲେ ପ୍ରକୃତରେ ବିଶ୍ବାସ କରିହେବନି। ହେଲେ ୬୦-୭୦ ବର୍ଷ ତଳେ କାର୍‌ ମାଲିକଙ୍କ ଆଡ଼ମ୍ବର କିଛି ନଥିଲା। କାର୍ ଥିଲେ, ସେ ଲୋକର ପରିଚୟ ଧନିକଙ୍କ ଗୋଷ୍ଠୀରେ ଆପେଆପେ ସାମିଲ ହୋଇଯାଉଥିଲା। ଏବେ କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକ ମଧ୍ୟ କାର୍‌ କିଣିପାରୁଛନ୍ତି। ୧୯୫୯ବେଳକୁ ଜର୍ମାନୀର ଏକ ନାମୀ କାର୍‌ କମ୍ପାନୀ ତିଆରି କରିଥିବା କାର୍‌ର ବିକ୍ରି ବଢ଼ିଥିଲା। ଏହି ସ୍ବତନ୍ତ୍ର କାର୍‌ରେ ଥିଲା ଏକ ସୁବିଧା, ଯାହା କାରଣରୁ ଧନିକ ଗ୍ରାହକ ଏଇ କାର୍ କିଣିବାକୁ ପସନ୍ଦ କରୁଥିଲେ। କାର୍‌ରେ ଥିଲା କଫି ମେକର୍, ଯାତାୟାତ ସମୟରେ କାର୍‌ ଚାଳକଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଚା’ ପିଇବାର ସୁବିଧା ଥିଲା। ଛୋଟ ବ୍ୟାଟେରି ଖଞ୍ଜା ଯାଇ କଫି ମେକର୍‌କୁ ଗରମ କରି କଫି ତିଆରି କରାଯିବାର ବନ୍ଦୋବସ୍ତ ଏଥିରେ ଥିଲା। ବିଶେଷ କରି ସମ୍ଭ୍ରାନ୍ତ ବର୍ଗର ମହିଳାମାନଙ୍କ ଗହଣରେ ଏଇ କଫି ମେକର୍‌ ଖଞ୍ଜା କାର୍ ବେଶ୍ ଆଦୃତ ହୋଇଥିଲା। କଫି ମେସିନ୍‌ ପାଇଁ କାର୍‌ର ଦର ମଧ୍ୟ ମହଙ୍ଗା ହୋଇଥିବାର କମ୍ପାନୀ ତରଫରୁ କୁହାଯାଇଛି। ୧୯୫୯ରେ ଏହି କାର୍‌ର ବଜାର ପ୍ରବେଶ ହେବାବେଳେ ୧୯୬୮ ପର୍ଯ୍ୟନ୍ତ କାର୍‌ର ଲୋକପ୍ରିୟତା ରହିଥିଲା। ରାଜାଘରର ଲୋକେ, ଧନିକ ଶିଳ୍ପପତି ଗୋଷ୍ଠୀ ହିଁ ଏହି କଫି ମେସିନ୍ ଖଞ୍ଜା କାର୍‌ ନେଇ ଯାତାୟାତ କରୁଥିଲେ। ଆଜି ମଧ୍ୟ ଏଇ ପୁରୁଣା ମଡେଲର୍‌ କାର୍‌ ଆମେରିକାର କେତେଜଣ ସମ୍ଭ୍ରାନ୍ତ ବର୍ଗର ଲୋକେ ସଉକ୍‌ରେ ନିଜ ଘରର ଗ୍ୟାରେଜ୍‌ରେ ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories