ଦେଶରେ ହ୍ରାସ ପାଉଛି ସଂକ୍ରମଣ; ନୂଆ ପଜିଟିଭ ୨୯ ହଜାର ୩୯୮, ମୃତ ୪୧୪
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦେଖାଯାଇଛି। ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୩୯୮ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୪୧୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୯୬ ହଜାର ୭୭୦କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷରୁ କମ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
With 29,398 new #COVID19 infections, India’s total cases rise to 97,96,770.
With 414 new deaths, toll mounts to 1,42,186 .Total active cases at 3,63,749
Total discharged cases at 92,90,834 with 37,528 new discharges in the last 24 hours pic.twitter.com/GEQpc3AkSv
— ANI (@ANI) December 11, 2020
Comments are closed.