www.samajalive.in
Monday, December 15, 2025
27.1 C
Bhubaneswar

ଏକାମ୍ରରେ ସରିଲା ଭିକାରି ଚିହ୍ନଟ ପ୍ରକ୍ରିୟା, ବାବୁଲା ଯିବ ରାତ୍ରି ଆଶ୍ରୟସ୍ଥଳ

ଭୁବନେଶ୍ୱର: ମନ୍ଦିର ପ୍ରଶାସନ ଓ ବିଏମ୍‌ସିର ମିଳିତ ସହଯୋଗରେ ଏକାମ୍ର କ୍ଷେତ୍ରର ୬୬ଏକର ପରିମିତ ଅଞ୍ଚଳରୁ ଭିକାରି ଚିହ୍ନଟ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି। ତିନିଦିନ ଧରି ଏହି କାର୍ଯ୍ୟକ୍ରମ ହୋଇଥିଲା। ସରକାରଙ୍କ ‘ସହାୟ’ ଯୋଜନାରେ ଭିକାରିଙ୍କୁ ଥଇଥାନ ଏବଂ ସେମାନଙ୍କୁ ମୁଖ୍ୟସ୍ରୋତରେ ଫେରାଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀଲିଙ୍ଗରାଜ, ମୁକ୍ତେଶ୍ବର, କେଦାରଗୌରୀ ଓ ଡାକରା ବିଭୀଷଣେଶ୍ବର ମନ୍ଦିର ଆଗରେ ବସୁଥିବା ଭିକାରିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରୁ କେହି ନିଜ ପରିବାରକୁ ଫେରିବାକୁ ଚାହୁଁଛନ୍ତି କି, ଏସବୁ ପ୍ରଶ୍ନ ପଚାରି ସମସ୍ତ ତଥ୍ୟ ଯୋଗାଡ଼ କରାଯାଇଥିଲା।
ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପାଖ​‌​‌ରେ ଦୀର୍ଘ ୧୨ବର୍ଷ ଧରି ଅସହାୟ ବାବୁଲାକୁ ବିଏମସି କର୍ତ୍ତୃପକ୍ଷ ଖୋଜିଥିଲେ। ବାବୁଲାର ନିତିଦିନ ସେବା କରୁଥିବା ସିପାହି ଓ ମନ୍ଦିର କର୍ମଚାରୀଙ୍କ ସହ ଆଲୋଚନା କରି ତା’ ଫୋନ୍‌ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ବାବୁଲା ରାଜଧାନୀକୁ ଫେରିଲେ ବିଏମ୍‌ସି ପକ୍ଷରୁ ତାକୁ ରାତ୍ରି ଆଶ୍ରୟସ୍ଥଳରେ ଛଡ଼ାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ସର୍ଭେ କାର୍ଯ୍ୟରେ ବିଏମ୍‌ସି କର୍ମଚାରୀଙ୍କ ସମେତ ମନ୍ଦିର କର୍ମଚାରୀ ସାମିଲ ହୋଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories