www.samajalive.in
Monday, December 15, 2025
27.1 C
Bhubaneswar

ରୋହିତଙ୍କ ଫିଟ୍‌ନେସ ପରୀକ୍ଷା ଆଜି

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମାଙ୍କ ଫିଟନେସ୍‌ ପରୀକ୍ଷା ଶୁକ୍ରବାର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ହେବ। ଫିଟ୍‌ନେସ ପରୀକ୍ଷାରେ ରୋହିତ ଉତ୍ତୀର୍ଣ୍ଣ ହେଲେ ଅଷ୍ଟ୍ରେଲିଆ ଯାଇ ଭାରତୀୟ ଟେଷ୍ଟ ଦଳରେ ସେ ଯୋଗ ଦେଇପାରିବେ।

ୟୁଏଇରେ ଆୟୋଜିତ ଆଇପିଏଲ୍‌ରେ ଖେଳୁଥିବା ବେଳେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ। ତେଣୁ ଭାରତ ଫେରିବା ପରେ ସେ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି। ରୋହିତ ଯଦି ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଶନିବାର ତାଙ୍କୁ ବିସିସିଆଇ ଅଷ୍ଟ୍ରେଲିଆ ପଠାଇବାକୁ ଯୋଜନା ରଖିଛି। ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆୟୋଜିତ ହେବାକୁ ଥିବା ବେଳେ ଯଦିବି ରୋହିତ ଅଷ୍ଟ୍ରେଲିଆ ଯାଆନ୍ତି ତେବେ ସେ ଶେଷ ଦୁଇଟି ଟେଷ୍ଟରେ ଭାରତକୁ ପ୍ରତିନିଧିତ୍ବ କରିବାର ସମ୍ଭାବନା ରହିଛି। କରୋନା ଭୂତାଣୁ ସଂକ୍ରମଣ ସମୟ​‌େ​‌ର ରୋହିତ ଅଷ୍ଟ୍ରେଲିଆ ଗଲେ ସେ​‌ ସିଧାସଳଖ ଭାରତୀୟ ଦଳ ସହ ଯୋଗ ଦେଇ ପାରିବେ ନାହିଁ। ତାଙ୍କୁ ପ୍ରଥମେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଏହାପରେ ନେଟ୍‌ସରେ ଅଭ୍ୟାସ କରି ସେ ଭାରତୀୟ ଦଳ ତରଫରୁ ଟେଷ୍ଟ ଖେଳିପାରିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ଆସନ୍ତା ୨୬ରୁ ମେଲବୋର୍ଣ୍ଣରେ ଖେଳାଯିବ। ଶୁକ୍ରବାର ରୋହିତ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଷ୍ଟ୍ରେଲିଆ ଗସ୍ତରେ ଗଲେ ମଧ୍ୟ ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସେ ଖେଳିବାର ସୁଯୋଗ ପାଇବେ ନାହିଁ। ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବାକୁ ଥିବା ବେଳେ ରୋହିତ ସେହି ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ଆଶା ରହିଛି।

- Advertisement -

ସୂଚନାଥାଉକି ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା ସମୟରେ ରୋହିତଙ୍କୁ ଦିନିକିଆ, ଟ୍ବେଣ୍ଟି୨୦ ଓ ଟେଷ୍ଟ ୩ଟି ଯାକ ଦଳରୁ ବାଦ୍‌ ଦିଆଯାଇଥିଲା। ଆଇପିଏଲ୍‌ରେ ଖେଳୁଥିବା ବେଳେ ରୋହିତ ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ରୋହିତଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିବାକୁ ଥିବା ବେଳେ ବରିଷ୍ଠ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଦଳ ତରଫରୁ ଅତିକମ୍‌ରେ ୨ଟି ଟେଷ୍ଟ ଖେଳନ୍ତୁ ବୋଲି ବିସିସିଆଇ ସମେତ କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। କିଛିଦିନ ତଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଥିଲେ ରୋହିତ ଯଦି ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ତୁରନ୍ତ ବ୍ୟବସ୍ଥା କରାଯିବା ଉଚିତ୍‌। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ଟି ଟେଷ୍ଟ ମ୍ୟାଚ୍‌ରେ କୋହଲି ଅନୁପସ୍ଥିତ ରହିବାକୁ ଥିବା ବେଳେ ରୋହିତ ଟେଷ୍ଟ ଦଳରେ ସାମିଲ ହେଲେ ଭାରତର ବ୍ୟାଟିଂ ଶକ୍ତିଶାଳୀ ହେବ ବୋଲି ତେନ୍ଦୁଲକର ମତ ଦେଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories