www.samajalive.in
Saturday, December 13, 2025
23.1 C
Bhubaneswar

ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ: ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନଙ୍କୁ ସୁରକ୍ଷା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦେଶ

‘ପରୀ’ ପଞ୍ଚାୟତ ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପୁଲିସ ଦେବ ସୁରକ୍ଷା । ହାଇକୋର୍ଟରେ ସୌମ୍ୟଙ୍କ ଆବେଦନ ଆଧାରରେ ଅଦାଲତ ଏ ସଂକ୍ରାନ୍ତ ନିର୍ଦେଶ ଦେଇଛନ୍ତି । ୧୫ ଦିନ ମଧ୍ୟରେ ସୌମ୍ୟରଞ୍ଜନ ଏ ସମ୍ପର୍କରେ ଏସପିଙ୍କ ନିକଟରେ ଆବେଦନ କରିବାକୁ ସମୟ ଦେଇଛନ୍ତି ଏବଂ ଆବେଦନର ସପ୍ତାହକ ମଧ୍ୟରେ ପୁଲିସ ସୌମ୍ୟରଞ୍ଜନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।

ପରୀ ହତ୍ୟାକାଣ୍ଡ ଘଟଣାରେ ସରପଞ୍ଚ ସୌମ୍ୟରଞ୍ଜନ ପରୀର ବାପାଙ୍କୁ ସମର୍ଥନ ଜଣାଇ ଆସିଛନ୍ତି । ଏହାକୁ ନେଇ ଅନେକ ଲୋକ ତାଙ୍କ ଉପରେ କ୍ଷୁବ୍ଧ । ଏପରିକି ଏକ ଭିଡ଼ିଓରେ ତାଙ୍କର ଯଦି କିଛି ହୋଇଯାଏ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ ବୋଲି ମଧ୍ୟ ସୌମ୍ୟରଞ୍ଜନ କହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସୌମ୍ୟରଞ୍ଜନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହାକୁ ଆଧାର କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।

- Advertisement -

ପରୀ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରାଜ୍ୟ ସରକାର ଏହାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ବିରୋଧୀ ବିଜେପି ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛି ଏବଂ ସିବିଆଇ ତଦନ୍ତ ଲାଗି ଦାବି କରିଛି ।

ମାତ୍ର ଅରୁଣ ଏହି ଘଟଣାରେ ତାଙ୍କର ଆଦୌ ସମ୍ପୃକ୍ତି ନାହିଁ ବୋଲି ବିଧାନସଭାରେ କହିଛନ୍ତି । ସେ ହିଂସାକୁ ଘୃଣା କରନ୍ତି ଓ ଆନ୍ତରିକ ଭାବରେ ପରୀ ଘଟଣାର ଅପରାଧୀକୁ ଦଣ୍ଡ ମିଳୁ ବୋଲି ସେ ଚାହାନ୍ତି ବୋଲି କହିଛନ୍ତି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories