ଦୁର୍ନୀତି ମାମଲାରେ ସମିତିସଭ୍ୟଙ୍କୁ ୩ ବର୍ଷ ଜେଲ୍
ଭବାନୀପାଟଣା : ଏକ ଦୁର୍ନୀତି ମାମଲାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଜୋନ୍ ୨ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବର୍ତ୍ତମାନ ଥୁଆମୂଲରାମପୁର ବ୍ଲକ ଗୋପାଳପୁର ସମିତସଭ୍ୟ ବାଜରା ମାଝୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଶନିବାର ୩ ବର୍ଷ ଜେଲ ଓ ୬୦ ହଜାର ଟଙ୍କା ଜୋରିମାନା କରି ରାୟ ଶୁଣାଇଛନ୍ତି । ୨୦୧୨ ମସିହାରେ ୩ଟି ଚେକ୍ ମାଧ୍ୟମରେ ୧ଲକ୍ଷ ୫୪ ହଜାର ସରକାରୀ ଟଙ୍କା ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ନେଇ ତାଙ୍କ ନାମରେ ମାମଲା ରହିଥିଲା । ସ୍ୱତନ୍ତ୍ର ଭିଜିଲନ୍ସ କୋର୍ଟ ବିଚାର କରି ବାଜରା ମାଝୀକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ବର୍ଷ ସଶ୍ରମ କରାଦଣ୍ଡ ଓ ୬୦ ହଜାର ଟଙ୍କା ଜୋରିମାନା ରେଦଣ୍ଡିତ କରିଛନ୍ତି ।