ମାଲକାନଗିରିରେ ମାଓବାଦୀଙ୍କ ପ୍ରଜାମେଳି

0

ମାଲକାନଗିରି : ମାଲକାନଗିରି ଜିଲା ବିଛିନ୍ନାଞ୍ଚଳର ରାଲେଗଡା ପଞ୍ଚାୟତରେ ମାଓମେଳି ଦେଖିବାକୁ ମିଳିଛି। ଆନ୍ଧ୍ର-ଓଡ଼ିଶା ଜୋନାଲ ମାଓ କମିିଟି ପକ୍ଷରୁ ଏହି ମାଓମେଳି କରାଯାଇଛି। ଗୁରୁପ୍ରିୟା ସେତୁ ଆଦିବାସୀଙ୍କ ଉନ୍ନତି ପାଇଁ ନୁହେଁ ବରଂ ଜିଲାରେ ଥିବା ଖଣିଜ ସମ୍ପଦକୁ ଲୁଟ କରିବାକୁ ଏହା ଚୋରା ବାଟ ଖୋଲିଯାଇଛି ବୋଲି ଆନ୍ଧ୍ର-ଓଡ଼ିଶା ଜୋନାଲ କାର୍ଯ୍ୟକାରୀ ପ୍ରତିନିଧି ରାବନା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତର କିଛି ଘଣ୍ଟା ବିତି ନଥିବାବେଳେ ମାଓବାଦୀଙ୍କ ମେଳି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରାଯାଉଥିବା ଅନୁମାନ କରାଯାଉଛି। ଏହି ମାଓ ମେଳିରେ ଆନ୍ଧ୍ର ଓ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ।

Leave A Reply