www.samajalive.in
Saturday, December 6, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ।

- Advertisement -

ଗତ ସୋମବାର କେଜ୍ରିୱାଲ୍‌ ସିନ୍ଧୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଭେଟିଥିଲେ। ସେଠାରେ ସେ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା କହିଥିଲେ। ଏପରି କି ଚାଷୀଙ୍କୁ ଜେଲ୍‌ରେ ପୂରାଇବାକୁ ତାଙ୍କ ଉପରେ ଚାପ ପଡ଼ୁଥିଲା। କିନ୍ତୁ ସେ ରାଜି ହୋଇ ନ ଥିଲେ ବୋଲି କେଜ୍ରିୱାଲ୍‌ କହିଥିଲେ। ସେଠାରୁ ଫେରିବା ପରଠାରୁ କେଜ୍ରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ଆପ୍‌ କହିଛି। ବିଜେପି ପ୍ରରୋଚନାରେ ଗୃହ ମନ୍ତ୍ରଣାଳୟ ଇଙ୍ଗିତରେ ପୁଲିସ ଏପରି ପଦକ୍ଷେପ ନେଇଥିବା ଆପ୍‌ କହିଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବୈଠକ ରଦ୍ଦ କରିଦିଆଯାଇଛି। ଆପ୍‌ ଅଭିଯୋଗ କରି କହିଛି, ଗୃହ ମନ୍ତ୍ରଣାଳୟ ଆଦେଶରେ ପୁଲିସ ଦିଲ୍ଲୀ ନଗର ନିଗମର ୩ ଜଣ ମେୟରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମୁଖ୍ୟ ଗେଟ୍‌ ବାହାରେ ଧାରଣାରେ ବସାଇଛି। ଏହି ବାହାନାରେ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ବ୍ୟାରିକେଡିଂ କରିଦେଇଛି। ଯାହା ଫଳରେ କେଜ୍ରିୱାଲ୍‌ ନା କେଜ୍ରିୱାଲଙ୍କୁ କେହି ଭେଟି ପାରିବେ ନା ସେ କେଉଁଆଡେ ବାହାରକୁ ଯାଇପାରିବେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories