www.samajalive.in
Saturday, December 6, 2025
14.1 C
Bhubaneswar

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

ଫୁଲବ।ଣୀ :  କେନ୍ଦ୍ର ସରକାରଙ୍କ କୃଷି ନିତୀ କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଭାରତବନ୍ଦ ଡ଼ାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଫଳରେ ଦୋକାନବଜାର ଗାଡି ମଟର ଚଳାଚଳ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଆନ୍ଦୋଳନକୁ ସମର୍ଥନ ଜଣାଇ କନ୍ଧମାଳ ଜିଲ୍ଲାରେ ନବନିର୍ମାଣ କୃଷକ ସଙ୍ଗଠନ ସମେତ କଂଗ୍ରେସ , ସିପି ଆଇ ଓ ଅନ୍ୟ ସଂଗଠନ ପକ୍ଷରୁ ଆଜିଫୁଲବାଣୀର ବିଭିନ୍ନ ଛକ ସ୍ଥାନମାନଙ୍କରେ ପିକେଟିଂ କରିବା ସହ ବାଇକରାଲୀରେ ସହର ପରିକ୍ରମା କରିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଛକଠାରେ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା।
ସଂଗଠନର ଜିଲ୍ଲା ସଂଯୋଜକ ଚାଣକ୍ୟ କହଁର ଓ ଜିଲ୍ଲା ପ୍ରଭାରୀ ସନ୍ତୋଷ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ନୂତନ କୃଷି ନିତୀର ଘୋର ବିରୋଧ କରିଥିଲେ।ଏହି ବିଲ ଦ୍ୱାରା କରପୋରେଟର ମାନେ କୃଷି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବେ ବୋଲି ଅଭିଯୋଗ କରିଥିଲେ ।
ଯେ ପର୍ଯନ୍ତ ଏହି କଳା ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହୋଇଛି ସେ ଯାଏ ଦିଲ୍ଲୀରୁ ପଲ୍ଲି ଯାଏ ଲଢେଇ ଜାରୀ ରହିବି ବୋଲି ଜିଲ୍ଲା ସଂଯୋଜକ ଚାଣକ୍ୟ କହର କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଓ ସଦସ୍ୟ ଅଶୋକ ପ୍ରଧାନ, ଜଳନ୍ଧର କହଁର,ଅଚ୍ୟୁତ ଜାନୀ ,ଦ୍ଭାବିନ୍ଦ୍ର କହଁର, ଆନନ୍ଦ କହଁର, ସଞ୍ଜୟ ଜାନୀ, ରାଜୀବ କହଁର,ମହେନ୍ଦ୍ର କହଁର, ସଦା ନନ୍ଦ କହଁର,ଭୁଲେଶ୍ଵର ଭକ୍ତା ପ୍ରମୁଖ ବନ୍ଦରନେତୃତ୍ଵ ନେଇଥିଲେ , ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନାଏକଙ୍କ ନେତୃତ୍ଵରେ ଆଇଏନଟିୟୂ ସି ଶ୍ରମିକ ସଂଗଠନର ଜିଲ୍ଲା ସଭାପତି ଘନକୁମ।ର ଶବର, ଯୁବ କଂଗ୍ରେସ ସଭାପତି ବସନ୍ତପାଢି, ବରୀଷ୍ଠ କଂଗ୍ରେସ ନେତା ହେମନ୍ତ କର, ଙ୍କ ସମେତ ଅନ୍ୟମାନେ ଆଜିର ଡାକରାକୁ ସମର୍ଥନ ଜଣାଇ କୃଷି ମାରଣ ନିତିକୁ ତୁରନ୍ତ ପ୍ରତ୍ୟାହାର ଦାବୀ କରିଥିଲେ।
ବନ୍ଦ ଯୋଗୁଁ ବସ ସବୁ ରୁଟରେ ନ ଯାଇ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଜିଲ୍ଲାର ବାଲିଗୁଡା, ରାଇକିଆ, ଜି .ଉ ଦୟଗିରି, ତୁମୁଡିବନ୍ଧ, ଦାରିଙ୍ଗବାଡି, କୋଟଗଡ, ଟିକାବାଲି, ଫିରିଙ୍ଗିଆ, ଖଜୁରୀପଡ଼ା, ଆଦି ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ସେସବୁ ସ୍ଥାନରେ ମଧ୍ୟ ଦୋକାନବଜାର ବନ୍ଦ ରହିବା ସହ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ଥିଲା। ଆଜିର ବନ୍ଦ ଶାନ୍ତି ପୂର୍ଣ୍ଣଭାବେ  ପାଳନ କରାଯାଉଥିବା ନେଇ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories