ଚାଷୀଙ୍କ ପାଇଁ ଜନ୍ମଦିନ ପାଳିବେନି ସୋନିଆ
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ଚାଷୀମାନେ ଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି।
Congress interim president Sonia Gandhi (in file pic) will not celebrate her birthday on December 9, in view of the ongoing farmer’s agitation against agriculture bills & #COVID19 situation across the country. pic.twitter.com/ivURWapgam
— ANI (@ANI) December 8, 2020
କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବନ୍ଦ ପାଳନ ଜାରି ରହିବ। ଏହାକୁ ୨୪ଟି ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଦେଇ ସୋନିଆ ଗାନ୍ଧୀ ଏବର୍ଷ ଜନ୍ମଦିନ ପାଳିବେ ନାହିଁ ବୋଲି କହିଛନ୍ତି।
Comments are closed.