www.samajalive.in
Sunday, December 14, 2025
16.1 C
Bhubaneswar

ବିଶ୍ଵର ପ୍ରଥମ କରୋନା ଟିକା ନେବେ ଜଣେ ଭାରତୀୟ, ଜାଣନ୍ତୁ ସେ କିଏ ?

ବ୍ରିଟେନ ହେଉଛି ପ୍ରଥମ ଦେଶ, ଯେଉଁଠି ଆଜିଠାରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେଉଛି। ମଙ୍ଗଳବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଟିକାକରଣ କରାଯିବ। ତେବେ ପ୍ରଥମେ ଯେଉଁ ବ୍ୟକ୍ତିଙ୍କୁ ଟିକା ଦିଆଯିବ ସେ ହେଉଛନ୍ତି ଜଣେ ଭାରତୀୟ।

- Advertisement -

ଏହି ଭାରତୀୟଙ୍କ ନାମ ହେଉଛି ହରି ଶୁକ୍ଳା। ୮୭ ବର୍ଷୀୟ ଭାରତୀୟ-ବ୍ରିଟେନ ନାଗରିକ ହରି ଶୁକ୍ଳା ପତ୍ନୀଙ୍କ ସହିତ ଟାଇନ୍‌ ଆଣ୍ଡ ବିୟର ଅଞ୍ଚଳରେ ରହୁଛନ୍ତି। ସେ କରୋନା ଟିକା ନେବାରେ ଦୁନିଆର ପ୍ରଥମ ବ୍ୟକ୍ତି ହେବେ। ତାଙ୍କ ପତ୍ନୀଙ୍କୁ ୨ୟ ଟିକା ପ୍ରଦାନ କରାଯିବ। ନ୍ୟୁକ୍ୟାସଲ୍‌ର ଏକ ହସ୍ପିଟାଲରେ ଫାଇଜର-ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଫାଇଜର୍‌ ଟିକାର ପ୍ରଥମ ଡୋଜ୍‌ ହରିଙ୍କୁ ଦିଆଯିବ।

Image Courtesy: AP News

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଟିକାକରଣର ଏହି ଅଭିଯାନକୁ ଏକ ବଡ଼ ପଦକ୍ଷେପ ବୋଲି କହିବା ସହିତ ଆଜିର ଦିନକୁ ଭି-ଡେ ବା ଭ୍ୟାକ୍ସିନ୍‌ ଡେ’ ନାମରେ ନାମିତ କରିଛନ୍ତି। ହରି ଶୁକ୍ଳା କହିଛନ୍ତି, ୨ଟି ଡୋଜ୍‌ ବିଶିଷ୍ଟ ଟିକାର ପ୍ରଥମ ଡୋଜ୍‌ ନେବା ତାଙ୍କର କର୍ତ୍ତବ୍ୟ। ଟିକା ନେଇ ଅଭିଯାନର ଆରମ୍ଭ କରୁଥିବାରୁ ସେ ଅତ୍ୟନ୍ତ ଖୁସି। ତାଙ୍କ ଦ୍ବାରା ଯେକୌଣସି ପ୍ରକାର ସହାୟତା ସମ୍ଭବ ତାହା ସେ କରିବେ ବୋଲି କହିଛନ୍ତି।

ହରି ଆହୁରି କହିଛନ୍ତି, ଟିକାକୁ ନେଇ ବ୍ରିଟେନର ଏନଏଚଏସ୍‌ (ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବା) ତାଙ୍କ ସହିତ ଯୋଗାଯୋଗ କରିଥିଲା। ସେମାନେ ବହୁତ କଷ୍ଟ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମହାମାରୀ ସମୟରେ ଆମମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଏନଏଚଏସ ଯେଉଁ ପଦକ୍ଷେପ ନେଇଛି, ସେଥିପାଇଁ ମୁଁ କୃତଜ୍ଞ।

ବ୍ରିଟେନରେ ଯେଉଁମାନଙ୍କ ପ୍ରତି କରୋନା ଭୂତାଣୁ ସର୍ବାଧିକ ବିପଦ ସୃଷ୍ଟିକାରୀ, ସେମାନଙ୍କୁ ପ୍ରଥମେ ଟିକା ପ୍ରଦାନ କରାଯିବ। ୮୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ସମେତ ଏନଏଚଏସ୍‌ର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଥମେ ଟିକା ଦିଆଯିବ। ବ୍ରିଟେନରେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଆଜି ଏକ ବଡ଼ ଦିନ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories