www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ଵର ପ୍ରଥମ କରୋନା ଟିକା ନେବେ ଜଣେ ଭାରତୀୟ, ଜାଣନ୍ତୁ ସେ କିଏ ?

ବ୍ରିଟେନ ହେଉଛି ପ୍ରଥମ ଦେଶ, ଯେଉଁଠି ଆଜିଠାରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେଉଛି। ମଙ୍ଗଳବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଟିକାକରଣ କରାଯିବ। ତେବେ ପ୍ରଥମେ ଯେଉଁ ବ୍ୟକ୍ତିଙ୍କୁ ଟିକା ଦିଆଯିବ ସେ ହେଉଛନ୍ତି ଜଣେ ଭାରତୀୟ।

- Advertisement -

ଏହି ଭାରତୀୟଙ୍କ ନାମ ହେଉଛି ହରି ଶୁକ୍ଳା। ୮୭ ବର୍ଷୀୟ ଭାରତୀୟ-ବ୍ରିଟେନ ନାଗରିକ ହରି ଶୁକ୍ଳା ପତ୍ନୀଙ୍କ ସହିତ ଟାଇନ୍‌ ଆଣ୍ଡ ବିୟର ଅଞ୍ଚଳରେ ରହୁଛନ୍ତି। ସେ କରୋନା ଟିକା ନେବାରେ ଦୁନିଆର ପ୍ରଥମ ବ୍ୟକ୍ତି ହେବେ। ତାଙ୍କ ପତ୍ନୀଙ୍କୁ ୨ୟ ଟିକା ପ୍ରଦାନ କରାଯିବ। ନ୍ୟୁକ୍ୟାସଲ୍‌ର ଏକ ହସ୍ପିଟାଲରେ ଫାଇଜର-ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଫାଇଜର୍‌ ଟିକାର ପ୍ରଥମ ଡୋଜ୍‌ ହରିଙ୍କୁ ଦିଆଯିବ।

Image Courtesy: AP News

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଟିକାକରଣର ଏହି ଅଭିଯାନକୁ ଏକ ବଡ଼ ପଦକ୍ଷେପ ବୋଲି କହିବା ସହିତ ଆଜିର ଦିନକୁ ଭି-ଡେ ବା ଭ୍ୟାକ୍ସିନ୍‌ ଡେ’ ନାମରେ ନାମିତ କରିଛନ୍ତି। ହରି ଶୁକ୍ଳା କହିଛନ୍ତି, ୨ଟି ଡୋଜ୍‌ ବିଶିଷ୍ଟ ଟିକାର ପ୍ରଥମ ଡୋଜ୍‌ ନେବା ତାଙ୍କର କର୍ତ୍ତବ୍ୟ। ଟିକା ନେଇ ଅଭିଯାନର ଆରମ୍ଭ କରୁଥିବାରୁ ସେ ଅତ୍ୟନ୍ତ ଖୁସି। ତାଙ୍କ ଦ୍ବାରା ଯେକୌଣସି ପ୍ରକାର ସହାୟତା ସମ୍ଭବ ତାହା ସେ କରିବେ ବୋଲି କହିଛନ୍ତି।

ହରି ଆହୁରି କହିଛନ୍ତି, ଟିକାକୁ ନେଇ ବ୍ରିଟେନର ଏନଏଚଏସ୍‌ (ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବା) ତାଙ୍କ ସହିତ ଯୋଗାଯୋଗ କରିଥିଲା। ସେମାନେ ବହୁତ କଷ୍ଟ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମହାମାରୀ ସମୟରେ ଆମମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଏନଏଚଏସ ଯେଉଁ ପଦକ୍ଷେପ ନେଇଛି, ସେଥିପାଇଁ ମୁଁ କୃତଜ୍ଞ।

ବ୍ରିଟେନରେ ଯେଉଁମାନଙ୍କ ପ୍ରତି କରୋନା ଭୂତାଣୁ ସର୍ବାଧିକ ବିପଦ ସୃଷ୍ଟିକାରୀ, ସେମାନଙ୍କୁ ପ୍ରଥମେ ଟିକା ପ୍ରଦାନ କରାଯିବ। ୮୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ସମେତ ଏନଏଚଏସ୍‌ର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଥମେ ଟିକା ଦିଆଯିବ। ବ୍ରିଟେନରେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଆଜି ଏକ ବଡ଼ ଦିନ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories