www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ଦିନରେ କନ୍ଧମାଳରେ ୨ଜଣ ଲେଖାଏଁ ନୂଆ କୋଭିଡ ସଂକ୍ରମଣ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୨ ଦିନ ଧରି ଦୁଇ ଜଣ ଲେଖାଏଁ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨ ତାରିଖ ପରଠାରୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧ ଏବଂ ଶୂନ ରହିଥିବା ବେଳେ ରବିବାର ଏବଂ ସୋମବାର ଦିନ   ଜିଲ୍ଲାରେ ୨ଜଣ ଲେଖାଏଁ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ମାନଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୧୩ ହୋଇଛି। ସେଥିମଧ୍ୟରୁ ୫,୮୭୪ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି। କୋଭିଡ ସଂକ୍ରମଣରେ ଜିଲ୍ଲାର ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୬ଜଣ ସଂକ୍ରମିତ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ରବିବାର ଚିହ୍ନଟ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ୨୩ ବର୍ଷିୟା ମହିଲା ଏବଂ ଘୁ.ଉଦୟଗିରି ଅଂଚଳର ଜଣେ ୪୭ ବର୍ଷୀୟ ପୁରୁଷ ରହିଥିବା ବେଳେ ସୋମବାର ଫୁଲବାଣୀର ଜଣେ ୩୮ ବର୍ଷୀୟ ପୁରୁଷ ଏବଂ ଘୁ.ଉଦୟଗିରିର ଜଣେ ୧୬ ବର୍ଷୀୟା ମହିଳା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories