www.samajalive.in
Saturday, December 6, 2025
16.1 C
Bhubaneswar

କେଜ୍ରିୱାଲ୍‌ କହିଲେ- ୯ଟି ଷ୍ଟାଡିୟମକୁ ଜେଲ୍‌ କରିବାକୁ ଚାପ ପଡ଼ିଥିଲା, କିନ୍ତୁ ମୁଁ ମୋ ବିବେକକୁ ଶୁଣିଲି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ସୋମବାର ୧୨ ଦିନରେ ପହଞ୍ଚିଛି। ୩ଟି ଯାକ ନୂଆ ଆଇନକୁ ନିରସ୍ତ୍ର କରିବାକୁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୧୧ଟି ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି।

Image Courtesy: ANI

ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାଇଥିବାବେଳେ ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ ଅଟକି ଆନ୍ଦୋଳନ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସିନ୍ଧୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

- Advertisement -

କେଜ୍ରିୱାଲ୍‌ ସୋମବାର ସିନ୍ଧୁ ସୀମାରେ ପହଞ୍ଚିଥିଲେ। ସେଠାରେ ସେ ଚାଷୀମାନଙ୍କୁ ଭେଟି ଆଲୋଚନା କରିଥିଲେ। କିନ୍ତୁ ମୁଖ୍ୟ ମଞ୍ଚ ନିକଟକୁ ଯାଇପାରି ନ ଥିଲେ। କୃଷକମାନେ କୌଣସି ରାଜନେତାଙ୍କୁ ମୁଖ୍ୟ ମଞ୍ଚ ନିକଟକୁ ଛାଡ଼ୁ ନ ଥିବାରୁ କେଜ୍ରିୱାଲ ଦୂରରେ ରହି ସେମାନଙ୍କୁ ନିଜର ସମର୍ଥନ ଜଣାଇଥିଲେ।

Image Courtesy: ANI

କେଜ୍ରିୱାଲ କହିଥିଲେ ଆମେ ଆରମ୍ଭରୁ କୃଷକଙ୍କ ଆନ୍ଦୋଳନ ସହିତ ଛିଡ଼ା ହୋଇଛୁ। ଚାଷୀମାନଙ୍କ ଦାବିରେ ମୁଁ ସହମତ। ସେମାନଙ୍କ ସମସ୍ତ ଦାବି ନ୍ୟାୟୋଚିତ। ସରକାର ସେମାନଙ୍କ ଦାବି ମାନିଦେବା ଦରକାର। ମୁଁ ଆଜି ଏଠାକୁ ମୁଖ୍ୟମନ୍ତ୍ରୀ ଭାବେ ଆସିନାହିଁ। ମୁଁ ଚାଷୀମାନଙ୍କ ସେବକ ଭାବେ ଏଠାକୁ ଆସିଛି। ଆନ୍ଦୋଳନସ୍ଥଳର ବ୍ୟବସ୍ଥାକୁ ଅନୁଧ୍ୟାନ କରିଛି। ଏଠାରେ ପାଣିର ସମସ୍ୟା ରହିଛି। ତାହାକୁ ଠିକ୍‌ କରାଯିବ।

ଭାରତ ବନ୍ଦ ସମ୍ପର୍କରେ କେଜ୍ରିୱାଲ୍‌ କହିଥିଲେ, ଆମେ ଏହାର ସମର୍ଥନ କରୁଛୁ। ଆପଣଙ୍କ ସମସ୍ତ କାର୍ଯ୍ୟକର୍ତ୍ତା ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋନ କରିବେ। ଆମେ ଏହି ବନ୍ଦକୁ ସଫଳ କରିବା। ଯେତେବେଳେ କୃଷକ ଆନ୍ଦୋଳନ ଆରମ୍ଭ ହେଲା, ସେତେବେଳେ ମୋତେ ୯ଟି ଷ୍ଟାଡ଼ିୟମକୁ ଜେଲ୍‌ କରିବା ଲାଗି କୁହାଯାଇଥିଲା। କିନ୍ତୁ ମୁଁ ଏହାକୁ ମାନିଲି ନାହିଁ। ମୋତେ ଅନେକ ଫୋନ୍‌ ଆସିଛି। ବହୁତ ଚାପ ପକାଯାଇଛି। କିନ୍ତୁ ମୁଁ ମୋ ବିବେକ ଯାହା କହିଲା ତାହା ଶୁଣିଲି। ମୋର ଏହି ନିଷ୍ପତ୍ତି ଚାଷୀ ଆନ୍ଦୋଳନକୁ ଦୃଢ଼ କରିଛି ବୋଲି ମୁଁ ହୃଦ୍‌ବୋଧ କରୁଛି। କୃଷକଙ୍କୁ ଜେଲ୍‌ ପଠାଇବାକୁ କେନ୍ଦ୍ରର ଯୋଜନା ଥିଲା। କିନ୍ତୁ ତାହାକୁ ମଞ୍ଜୁରୀ ନ ମିଳିବାରୁ ଆନ୍ଦୋଳନ ମଜଭୁତ ହୋଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories