www.samajalive.in
Saturday, December 6, 2025
16.1 C
Bhubaneswar

ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସୋମବାର ସକାଳେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରକଳ୍ପର ଅଗ୍ରଗତି କ’ଣ ରହିଛି ସେ ନେଇ ଆଲୋଚନା କରିବା ସହିତ ସମୀକ୍ଷା କରିଥିଲେ। ଦୋକାନୀମାନଙ୍କ ପୁନଃ ଥଇଥାନ କାର୍ଯ୍ୟକୁ ତ୍ଵରାନ୍ବିତ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

- Advertisement -

ଏହା ବ୍ୟତୀତ ସେ ତୁରନ୍ତ ବିକଳ୍ପ ରାସ୍ତାଗୁଡ଼ିକର ବିକାଶ ଏବଂ ଆବର୍ଜନା ସଫେଇକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ, ୫-ଟି ଦ୍ବାରା ଚାଲିଥିବା ଏହି ପ୍ରକଳ୍ପ ଭଲ ଭାବେ ଅଗ୍ରଗତି କରଉଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପ ପରିଦର୍ଶନ କରିବା ସହିତ ଏହାର ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

୫-ଟି ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ଏବଂ ବିଏମସି କମିଶନରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories