www.samajalive.in
Saturday, December 6, 2025
17.1 C
Bhubaneswar

ବ୍ରହ୍ମପୁରା ମଣ୍ଡଳ ବିଜେପିର ୨ଦିନିଆ ପ୍ରଶିକ୍ଷଣ ଶିବିର

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ମଣ୍ଡଳ ବିଜେପିର ଆୟୋଜିତ ୨ଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ଅପରାହ୍ନରେ ଉଦ୍ଦ୍‍ଯାପିତ ହୋଇଯାଇଛି। ମଣ୍ଡଳ ସଭାପତି ଦିଲ୍ଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟର ପୂର୍ବତନ ସମ୍ପାଦକ ତଥା ରାଜ୍ୟର ପ୍ରଶିକ୍ଷଣ ପ୍ରଭାରୀ ଦିଲ୍ଲିପ ମଲ୍ଲିକ ଯୋଗଦେଇ ବିଜେପିର ପାରମ୍ପରିକ କାର୍ଯ୍ୟକ୍ରମର ଉନ୍ନତି ଓ ଗୁଣାତ୍ମକ କାର୍ଯ୍ୟକର୍ତ୍ତା ନିର୍ମାଣ କରିବା ଉଦ୍ଦେଶ୍ୟରେ ପ୍ରତି ମଣ୍ଡଳରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଆୟୋଜନ କରାଯାଉଥିବା ସମ୍ପର୍କରେ ଆଭିମୁଖ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକର୍ତ୍ତାଙ୍କର କ୍ରୀୟାଶୀଳତା ବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ।

ବୁଧବାର ଦିନ ପ୍ରଶିକ୍ଷଣର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରୀୟ କାର୍ଯ୍ୟକାରେଣୀ କୃଷକ ମୋର୍ଚ୍ଚାର ସଦସ୍ୟ ତଥା ବିଜେପି ନେତା ଶୁଭ୍ରାଂସୁ ମୋହନ ପାଢୀ ପ୍ରଶିକ୍ଷଣ ଶିବିରକୁ ଉଦ୍ଦ୍‍ଘାଟନ କରିଥିଲେ। ଏହି ୨ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବରେ ହରେକୃଷ୍ଣ ରାଉତରାୟ,ଗୋପୀନାଥ ରଣା,ନିର୍ମଳ ପତ୍ରୀ,ପ୍ରଶାନ୍ତ ହୋତା,ବୈରାଗୀ ପ୍ରଧାନ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ରବୀନ୍ଦ୍ର ସାହୁ,ଋତୁରାଜ ପ୍ରଧାନ,ଭବାନୀ ଦାସ,ରାଧାମଣି ଜେନା,ମମତା ପଣ୍ଡା,ବଳରାମ ହୋତା,ଶତୃଘ୍ନ ସାହୁ,ଶରତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟତମ ଅତିଥି ଭାବରେ କଳାପଥର ମଣ୍ଡଳ ସଭାପତି ଶୁଷାନ୍ତ ଭଟ୍ଟ ଓ ଧରଣୀଧର ସାହୁ ଯୋଗଦେଇଥିଲେ। ବ୍ରହ୍ମପୁରା ମଣ୍ଡଳର ଶତାଧିକ କର୍ମୀ କୋଭିଡ୍‍ ନିୟମ ଅନୁପାଳନ ସହିତ ଏହି ପ୍ରଶିକ୍ଷଣ ଶିବିରରେ ଯଥାକ୍ରମେ ଯୋଗଦେଇଥିଲା ବେଳେ ମଣ୍ଡଳ ଜିଲ୍ଲା ପ୍ରତିନିଧି ରମାକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories