www.samajalive.in
Friday, December 5, 2025
20.1 C
Bhubaneswar

ଗ୍ରାମୀଣ ଆବାସ ଗୃହ ନିର୍ମାଣରେ ସଫଳତା

ହରଭଙ୍ଗା : ଗ୍ରାମୀଣ ଆବାସ ଗୃହ ନିର୍ମାଣ ଏବଂ ଗୃହ ପ୍ରବେଶରେ ସଫଳତା ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡିଓ ଏବଂ ତାଙ୍କ ଟିମ୍ ଓାର୍କକୁ ପ୍ରଂଶାସା କରିଛନ୍ତି ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ। ଏହି ମର୍ମରେ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା-୧୯୦୨୬/୧/୧୨ରେ ଜିଲ୍ଲାର ହରଭଙ୍ଗା ବ୍ଲକ ସଫଳତାର ସହ ଏକ ମାସ ଭିତରେ ୭୧୩ଟି ଗ୍ରାମୀଣ ଗୃହ ପ୍ରବେଶରେ ଲକ୍ଷ୍ୟଧାର୍ଯ୍ୟ ସଂପୂର୍ଣ୍ଣ କରିଛି। ତେଣୁ ବିଡିଓ ଏବଂ ତାଙ୍କ ଟିମର ପ୍ରଚେଷ୍ଟାକୁ ବିଭାଗ ଉଚ୍ଚ ପ୍ରଂଶସା କରିଛି। ଆଗକୁ ଏହି ପ୍ରଚେଷ୍ଟାରେ ତାଙ୍କ ନେତୃତ୍ୱରେ ବାକିଥିବା ଗ୍ରାମୀଣ ଆବାସ ଘର ସଂପୂର୍ଣ୍ଣ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ଆଶା ବ୍ୟକ୍ତ କରିଛନ୍ତି। ଏଭଳି ସଫଳତା ନେଇ ବିଡିଓଙ୍କୁ ପ୍ରଂଶସା ପତ୍ର ମାଧ୍ୟମରେ ଜଣାଇବା ସହିତ ଏ ବାବଦରେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ପିଡିଡିଆରଡିଏ ଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବା ଜଣାପଡ଼ିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories