www.samajalive.in
Sunday, December 7, 2025
26.1 C
Bhubaneswar

୫ମ ଶ୍ରେଣୀରେ ପାଠ ଛାଡ଼ିଥିଲେ, ଦରମା ପାଉଥିଲେ ୨୧ କୋଟି

ନୂଆଦିଲ୍ଲୀ: ୫ମ ଶ୍ରେଣୀରେ ଅଧାରୁ ପାଠପଢ଼ା ଛାଡ଼ିଥିଲେ। କିନ୍ତୁ ମୃତ୍ୟୁ ବେଳକୁ ବାର୍ଷିକ ୨୧ କୋଟି ଟଙ୍କା ଦରମା ପାଉଥିଲେ। ପୂରା ଏଫଏମସିଜି(ଫାଷ୍ଟ ମୁଭିଂ କନ୍‌ଜ୍ୟୁମର ଗୁଡ୍‌ସ) ସେକ୍ଟରରେ ଏହା ଥିଲା କୌଣସି ସିଇଓଙ୍କର ସର୍ବାଧିକ ଦରମା। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଏମଡିଏଚ୍‌ ମସାଲାର ମାଲିକ ଧର୍ମପାଲ ଗୁଲାଟୀ, ଯାହାଙ୍କର ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି।

Image Courtesy: NTE

ଧର୍ମପାଲ ଏଫଏମସିଜି ସେକ୍ଟରରେ ସର୍ବାଧିକ ବେତନଭୋଗୀ ସିଇଓ ଥିଲେ। ଗତ ଆର୍ଥିକ ବର୍ଷରେ ସେ ୨୧ କୋଟିରୁ ଅଧିକ ଟଙ୍କା ଦରମା ପାଇଥିଲେ, ଯାହା ଗୋଦ୍ରେଜ୍‌ କନ୍‌ଜ୍ୟୁମର କମ୍ପାନୀର ଆଦି ଗୋଦ୍ରେଜ୍‌ ଓ ବିବେକ ଗାମ୍ଭୀର, ହିନ୍ଦୁସ୍ତାନ ୟୁନିଲିଭର୍‌ର ସଞ୍ଜୀମ ମେହେଟ୍ଟା ଏବଂ ଆଇଟିସିର ୱାଇ.ସି. ଦେବେଶ୍ଵରଙ୍କଠାରୁ ଅଧିକ ଥିଲା।

- Advertisement -

ଧର୍ମପାଲ ବିଭିନ୍ନ ନାମରେ ଜଣାଯାଉଥିଲେ। ସେ ଏମଡିଏଚ୍‌ ଅଙ୍କଲ, ଦାଦାଜୀ, ମସାଲା କିଙ୍ଗ୍‌, କିଙ୍ଗ୍‌ ଅଫ୍‌ ସ୍ପାଇସେସ୍‌ ନାମରେ ଜଣାଯାଉଥିଲେ। ତେବେ ସବୁଠାରୁ ଲୋକପ୍ରିୟ ନାମ ଥିଲା ‘ମହାଶୟ’। ୧୯୨୩ରେ ପାକିସ୍ତାନର ସିଆଲକୋଟରେ ଜନ୍ମିତ ଧର୍ମପାଲ ୧୯୪୭ରେ ଦେଶ ବିଭାଜନ ପରେ ଭାରତ ଚାଲିଆସିଥିଲେ। ୧୯୬୩ରେ ସେ ଦିଲ୍ଲୀର ଚାନ୍ଦନୀଚୌକରେ ଏକ ଘର ଭଡ଼ା ନେଇ ନିଜର ଦୋକାନ ଆରମ୍ଭ କରି ମସଲା ବିକ୍ରି କରିଥିଲେ। ଦୋକାନର ନାମ ଦେଇଥିଲେ ମହାଶିୟନ ଡି ହାଟ୍ଟି(ଏମଡିଏଚ୍‌)।

ଧର୍ମପାଲ୍‌ ଜଣେ ମାନବବାଦୀ ଥିଲେ। ନେ ନିଜ ଦରମାର ୯୦% ଚାରିଟିକୁ ଦାନ କରିଦେଉଥିଲେ। ତାଙ୍କ ବାପାଙ୍କ ନାମରେ ସେ ଏକ ଚାରିଟେବୁଲ ଟ୍ରଷ୍ଟ କରିଥିଲେ। ଏହି ଟ୍ରଷ୍ଟ ତତ୍ତ୍ଵାବଧାନରେ ବସ୍ତିବାସିନ୍ଦାଙ୍କ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଏବଂ ଗରିବଙ୍କ ପାଇଁ ୪ଟି ସ୍କୁଲ ପରିଚାଳିତ ହେଉଛି। ଧର୍ମପାଲଙ୍କ ଶିକ୍ଷାଗତ ଯୋଗ୍ୟତା ସେତେ ଅଧିକ ନ ଥିଲେ ବି ସେ ଯାହା କରିଯାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣାର ବିଷୟ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories