www.samajalive.in
Sunday, December 14, 2025
19.1 C
Bhubaneswar

ଜମି ଦୁର୍ନୀତି ମାମଲାରୁ ଅମରିନ୍ଦର ସିଂହ ଦୋଷମୁକ୍ତ

ଚଣ୍ଡୀଗଡ଼ : ଦଶ ବର୍ଷ ପରୁଣା ଏକ ଜମି ଦୁର୍ନୀତି ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ମୋହାଲିସ୍ଥିତ ଭିଜିଲାନ୍ସ ବ୍ୟୁରୋ କୋର୍ଟ ଶୁକ୍ରବାର ଦୋଷମୁକ୍ତ କରିଛନ୍ତି। ଅମୃତସର ଉନ୍ନୟନ ଟ୍ରଷ୍ଟ ଜମି ଦୁର୍ନୀତି ସମ୍ବନ୍ଧୀୟ ଏହି ମାମଲାରେ ଅମରିନ୍ଦର ଏବଂ ଅନ୍ୟ ୧୪ ଜଣ ବ୍ୟକ୍ତି ଅଭିଯୁକ୍ତ ଥିଲେ। ଏହି ମାମଲା ବନ୍ଦ କରିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଅତିରିକ୍ତ ଜିଲା ଏବଂ ସେସନ୍ସ କୋର୍ଟରେ ଏକ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା। କୋର୍ଟ ତାହାକୁ ଗ୍ରହଣ କରିଛନ୍ତି। ଫଳରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଛନ୍ତି। ଟ୍ରଷ୍ଟ ନାମରେ ଥିବା ୩୨.୧ ଏକର ଜମିକୁ ଏକ ଘରୋଇ କମ୍ପାନୀକୁ ପ୍ରଦାନ କରିବାରେ ଅନିୟମିତା ନେଇ ୨୦୦୮ ସେପ୍ଟେମ୍ବରରେ ପଞ୍ଜାବ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଏହି ମାମଲା ରୁଜୁ କରାଯାଇଥିଲା। ଏହି ଦୁର୍ନୀତି ଯୋଗୁ ୩୬୦ କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରାଯାଇ ନ ଥିଲା।ଏସ୍‍ଏଡି-ବିଜେପି ସରକାର ସମୟରେ ରୁଜୁ ଏହି ମାମଲାରେ ମୋଟ ୧୮ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ମାମଲା ବିଚାରାଧୀନ ଅବସ୍ଥାରେ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories