www.samajalive.in
Monday, December 15, 2025
27.1 C
Bhubaneswar

୧୯ ବର୍ଷରୁ କମ୍‌ ଟେଷ୍ଟ : ଭାରତ ୨-୦ରେ ସିରିଜ ବିଜୟୀ

ହାମ୍ବନଟୋଟା : ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଦ୍ୱିତୀୟ ଯୁବ ଟେଷ୍ଟ ମ୍ୟାଚରେ ଭାରତ ଇନିଂସ ଓ ୧୪୭ ରନରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇଟିକିଆ ସିରିଜକୁ ୨-୦ରେ ହାତେଇ ନେଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୮ ୱିକେଟରେ ୬୧୮ ରନ (ପାଳି ସମାପ୍ତି ଘୋଷଣା) ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୧୬ ରନରେ ଅଲଆଉଟ ହୋଇଥିଲା। ଫଲୋଅନ ନିର୍ଦେଶ ପାଇବାପରେ ଶ୍ରୀଲଙ୍କା ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୪୭ ରନ କରିଥିଲା। ଫଳରେ ହାତରେ ୭ଟି ୱିକେଟ ଥାଇ ଇନିଂସ ପରାଜୟ ଏଡାଇବାକୁ ଶ୍ରୀଲଙ୍କା ଆହୁରି ୨୫୦ ରନ ଆବଶ୍ୟକ କରୁଥିଲା। ଚତୁର୍ଥ ଦିନ ଆରମ୍ଭରେ ଶ୍ରୀଲଙ୍କା ବ୍ୟାଟସମ୍ୟାନଙ୍କ ପ୍ରଥମ ଲକ୍ଷ୍ୟ ଥିଲା କିପରି ଅଧିକ ସମୟ କ୍ରିଜରେ ରହି ଭାରତର ବିଜୟ ମୁହୂର୍ତ୍ତରେ ବିଳମ୍ବ ଘଟାଇବା। ତେବେ ଭାରତୀୟ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୫୦ ରନରେ ଅଲଆଉଟ ହୋଇଥିଲା। ନୁୱାଇନ୍ଦୁ ଫର୍ଣ୍ଣାଣ୍ଡୋ ୨୮, ସାନ୍ଦୁନ ମେଣ୍ଡିସ ୨୬ ଓ ନିଶାନ ମାଦୁସ୍କା ଫର୍ଣ୍ଣାଣ୍ଡୋ ୨୫ ରନ କରିଥିବାବେଳେ ଭାରତ ପକ୍ଷରୁ ବାମହାତି ସ୍ପିନର ସିଦ୍ଧାର୍ଥ ଦେଶାଇ ୪ଟି, ଯତୀନ ମଙ୍ଗ୍‍ୱାନି ଓ ଆୟୁଷ ବଡୋନି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories