ନୂଆଦିଲ୍ଲୀ : ଆଇଆର୍ସିଟିସି ଦୁର୍ନୀତି ମାମଲାରେ ଆର୍ଜେଡି ମୁଖ୍ୟ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କୁ ସମନ ଜାରି ସମ୍ବନ୍ଧୀୟ ରାୟକୁ ପଟିଆଲା ହାଉସ୍ କୋର୍ଟ ଶୁକ୍ରବାର ସଂରକ୍ଷିତ ରଖିଛନ୍ତି। ଜୁଲାଇ ୩୦ରେ ଏହି ରାୟ ପ୍ରକାଶ ପାଇବ। ଆଇଆର୍ସିଟିସିର ଦୁଇଟି ହୋଟେଲ୍ ସମ୍ବନ୍ଧୀୟ ଚୁକ୍ତି ଏକ ଘରୋଇ କମ୍ପାନୀକୁ ପ୍ରଦାନ କରିବାରେ ଅନିୟମିତତା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି। ସିବିଆଇ ପକ୍ଷରୁ ଏପ୍ରିଲ ୧୬ରେ ଏହି ମାମଲରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ଏଥିରେ ଲାଲୁଙ୍କ ପରିବାର ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତା ଓ ତାଙ୍କ ପତ୍ନୀ ସାରଳା ଗୁପ୍ତା, ଆଇଆର୍ସିଟିସିର ତତ୍କାଳୀନ ପରିଚାଳନା ନିର୍ଦେଶକ ପି. କେ. ଗୋଏଲ ଏବଂ ନିର୍ଦେଶକ ରାକେଶ ସକ୍ସେନାଙ୍କୁ ଅଭିଯୁକ୍ତ କରାଯାଇଛି।
Popular Categories



