www.samajalive.in
Sunday, December 14, 2025
18.1 C
Bhubaneswar

ପୁରୁଷ ଦଳ ପୂର୍ବରୁ ଭାରତୀୟ ମହିଳା ଦଳ ବିଶ୍ବକପ ଖେଳିବ: ପଟେଲ

ମୁମ୍ବଇ: ଭାରତୀୟ ପୁରୁଷ ଫୁଟବଲ ଦଳ ପୂର୍ବରୁ ମହିଳା ଦଳ ଫିଫା ବିଶ୍ବକପ ଖେଳିବ। ବର୍ତ୍ତମାନ ପୁରୁଷ ଦଳ ଅପେକ୍ଷା ମହିଳା ଦଳର ଫିଫା ମାନ୍ୟତା ବହୁତ ଉପରେ ରହିଛି। ୨୦୨୭ ଫିଫା ମହିଳା ବିଶ୍ବକପରେ ଭାରତୀୟ ଦଳ ଖେଳିବା ନେଇ ଏଆଇଏଫଏଫ ଅଶାା ରଖିଛି ବୋଲି ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି। ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଖେଳାଳିଙ୍କ ସହ ଭର୍ଚୁଆଲ ଆଲୋଚନାରେ ଭାଗନେଇ ଏଆଇଏଫଏଫ ସଭାପତି ଶ୍ରୀ ପଟେଲ କହିଥିଲେ, ୨୦୨୭ ଫିଫା ମହିଳା ବିଶ୍ବକପ ଯୋଗ୍ୟତା ଅର୍ଜନ ନେଇ ଆମେ ଆଶାବାଦୀ ରହିଛୁ। ଏହାକୁ ଆମେ ଗୁରୁତର ସହିତ ନେଉଛୁ।

୨୦୨୧ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଫୁଟବଲ ବାତିଲ ହେବା ପରେ ଜୁନିୟର ଖେଳାଳିଙ୍କୁ ନିରାଶ କରିଛି। ୨୦ ବର୍ଷରୁ କମ୍‌ ମହିଳା ବିଶ୍ବକପ-୨୦୨୨ ଲାଗି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହାଛଡ଼ା ୨୦୨୨ ମହିଳା ଏସିଆନ କପ ମଧ୍ୟ ଭାରତରେ ଆୟୋଜିତ ହେବ। ୧୭ ବର୍ଷରୁ କମ୍‌ ଦଳର ଯୁବ ଖେଳାଳି ନିରାଶ ନ ହୋଇ ଆଗକୁ ଖେଳାଯିବାକୁ ଥିବା ପ୍ରତିଯୋଗିତା ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ପଟେଲ କହିଛନ୍ତି। ମହିଳା ବିଭାଗରେ ୧୫୯ଟି ରାଷ୍ଟ୍ରଙ୍କୁ ଫିଫାର ସ୍ବିକୃତି ରହିଛି। ସେଥିମଧ୍ୟରୁ ଭାରତ ବର୍ତ୍ତମାନ ୫୫ ମାନ୍ୟତାରେ ରହିଛି। ସେହିପରି ପୁରୁଷ ବିଭାଗରେ ୨୧୦ଟି ଦେଶ ଥିବା ବେଳେ ଭାରତର ମାନ୍ୟତା ଏବେ ୧୦୪ ରହିଛି। ଜାତୀୟ ଜୁନିୟର ଓ ସିନିୟର ପୁରୁଷ ଦଳ ଅପେକ୍ଷା ମହିଳା ଦଳ ବହୁତ ଶକ୍ତିଶାଳୀ ରହିଛି। ନିକଟ ଅତୀତରେ ଭାରତୀୟ ମହିଳା ଫୁଟବଲ ଦଳ ଫିଫା ବିଶ୍ବକପ ଯୋଗ୍ୟତା ହାସଲ କରିବା ନେଇ ଆଶାବାଦୀ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି। ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ-୨୦୨୦ ବାତିଲ ​‌​‌ହେବା ପରେ ୨୦୨୨ ସଂସ୍କରଣ ଭାରତରେ ଆୟୋଜିତ ହେବ। ଏଥିପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ରିଜିଜୁ କହିଛନ୍ତି।

- Advertisement -

ସେହିପରି ୨୦୨୭ ଫିଫା ମହିଳା ବିଶ୍ବକପ ଲାଗି ଭାରତୀୟ ଦଳ ଯୋଗ୍ୟତା ହାସଲ ନେଇ ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଏଆଇଏଫଏଫକୁ ପ୍ରସ୍ତାବ ଦିଆଯାଇଛି ବୋଲି ସାଇ ନିର୍ଦେଶକ ସଞ୍ଜୀବ ପ୍ରଧାନ କହିଛନ୍ତି। ଏବେ ଆମକୁ ୨୦୨୭ ଫିଫା ମହିଳା ବିଶ୍ବକପ ନଜରରେ ରଖି ପ୍ରସ୍ତୁତ ହେବାକୁ ପଡ଼ିବ। ଏଥିପାଇଁ ଭାରତୀୟ ମହିଳା ଫୁଟବଲ ଦଳକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଭାରତ ଯେଭଳି ବିଶ୍ବ ମହିଳା ଫୁଟବଲରେ ଶକ୍ତ୍ିକେନ୍ଦ୍ର ହେବ; ସେ ନେଇ ଏଆଇଏଫଏଫ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories