www.samajalive.in
Sunday, December 14, 2025
18.1 C
Bhubaneswar

ବିମାନବନ୍ଦରରେ ହାଇଟେକ୍‌ ରୋବଟ୍

ବଡ଼ଦିନ, ନୂଆ ବର୍ଷ ସମୟ ନିକଟ ହୋଇଗଲାଣି। ସ୍ବାଭାବିକ ଅବସ୍ଥା ଥିଲେ, ଏତେବେଳକୁ ବିଶ୍ବର ପ୍ରମୁଖ ବିମାନବନ୍ଦର, ରେଳଷ୍ଟେସନ୍‌ଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାନ୍ତା। କରୋନା କାରଣରୁ ​‌କେତୋଟି ରାଷ୍ଟ୍ର ଏଯାବତ୍ ଲକ୍‌-ଡାଉନ୍ କବଳରେ ଅଛନ୍ତି। ମହାମାରୀ ନିୟନ୍ତ୍ରଣ ଅବସ୍ଥାରେ ନଥିବାବେଳେ ଲୋକେ ଭ୍ରମଣ କରି ଜୀବନକୁ ଅବା କାହିଁକି ବିପଦମୁଖକୁ ଠେଲିବେ? ଗତ ୧୫ ବର୍ଷର ସର୍ବେକ୍ଷଣ ଅନୁସାରେ, ବଡ଼ଦିନ ଓ ନୂଆ ବର୍ଷ ସମୟରେ ବିମାନ ଟିକଟ୍ ୨-୩ ଗୁଣ ବଢ଼ିଯାଏ। ଲୋକେ କିନ୍ତୁ ଛୁଟି କାଟିବାକୁ ପ୍ରକୃଷ୍ଟ ମନେକରି ଅର୍ଥ ଖର୍ଚ୍ଚ କରିବାରେ ମନ ଊଣା କରିନଥାନ୍ତି। ଏଥରକର ପରିସ୍ଥିତି ଭିନ୍ନ, ବିମାନ ଭଡ଼ା କମ୍ ଥାଇ ପଞ୍ଚତାରକା ହୋଟେଲର ଆକର୍ଷଣୀୟ ଅଫର୍ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିବାରେ ଅସମର୍ଥ। ଏଭଳି ସ୍ଥିତିରେ କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଏୟାର ଲାଇନ୍ସ କମ୍ପାନୀ ମନୋବଳ ହରାଇନାହନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍୍ର ସାନ୍‌ ଆଣ୍ଟୋନିଓ ଅନ୍ତର୍ଜାତୀୟ ବିମାନବନ୍ଦର ବଡ଼ଦିନ ଭିଡ଼କୁ ଅନୁମାନ ଲଗାଇ ବିଶ୍ବର ହାଇଟେକ୍ ରୋବଟ୍‌କୁ ନିଯୁକ୍ତ କରିଛି। ଗଣମାଧ୍ୟମରେ ଏହାର ପ୍ରଚାର ଜୋର୍‌ ଚାଲିବା ସହ ଆଗାମୀ କିଛିଦିନ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାର କର୍ତ୍ତୃପକ୍ଷଙ୍କ ଅନୁମାନ। ଏବେ ଆସନ୍ତୁ ଜାଣିବା ଏଇ ହାଇଟେକ୍ ରୋବଟ୍‌ ‘ଜେନେକ୍ସ ଲାଇଟ୍‌ଷ୍ଟ୍ରାଇକ୍’ର ଗୁଣଗାରିମା। ୟୁଭି ଲାଇଟ୍‌ ଜରିଆରେ ଭାଇରସ୍‌, ବ୍ୟାକ୍ଟେରିଆକୁ ନିପାତ କରୁଥିବା ଏହି ରୋବଟ୍‌ ବିମାନବନ୍ଦରର ଯେ କୌଣସି ପ୍ରାନ୍ତରେ କାମ କରିପାରୁଛି। ଚେକ୍‌-ଇନ୍ ଡେସ୍କ, ବ୍ୟାଗେଜ୍‌ ସ୍ଥାନ, ଶୌଚାଳୟ, ପ୍ରବେଶ ଦ୍ବାର ଇତ୍ୟାଦିକୁ ମାତ୍ର ୧୦-୧୫ ମିନିଟ୍‌ ସମୟ​‌େ​‌ର କରୋନା ଭାଇରସ୍‌ ମୁକ୍ତ କରିପାରୁଥିବାର ଏହାର ନିର୍ମାଣକାରୀ କମ୍ପାନୀ ତରଫରୁ କୁହାଯାଉଛି। ଏହି ଉଚ୍ଚକ୍ଷମତା ସମ୍ପନ୍ନ ରୋବଟ୍ ପ୍ରଥମେ ଆମେରିକାର ଚିକିତ୍ସାଳୟଗୁଡ଼ିକରେ କାମ କରିବା ପରେ ଏବେ ବିମାନବନ୍ଦରରେ ପ୍ରଥମଥର ପାଇଁ ବ୍ୟବହାର କରାଯିବ। ଯାତ୍ରୀଙ୍କ ସଂଖ୍ୟା ଗତ କିଛି ମାସ ମଧ୍ୟରେ ହ୍ରାସ ପାଇବା କାରଣରୁ ସଂଖ୍ୟାଧିକ ଏୟାର ଲାଇନ୍ସ କମ୍ପାନୀ ଖୁବ୍ କ୍ଷତି ସହିଲେଣି। ବିମାନବନ୍ଦର କର୍ତ୍ତୃପକ୍ଷ ଆଲୋଚନା, ବିଚାରବିମର୍ଶ କରିବା ପରେ ହିଁ ଏଇ ହାଇଟେକ୍-ରୋବଟ୍୍କୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ନିଯୁକ୍ତ ମିଳିଛି। n

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories