www.samajalive.in
Tuesday, December 9, 2025
26.1 C
Bhubaneswar

ନବରଙ୍ଗପୁରରେ ଜିଲାସ୍ତରୀୟ ଧାନମଣ୍ଡି ଉଦ୍‍ଘାଟନ, ପ୍ରଥମ ପର୍ଯ୍ୟାୟରେ କିଣାଯିବ ୧୦,୫୬,୭୧୬ କୁଣ୍ଟାଲ ଧାନ

ନବରଙ୍ଗପୁର : ନିୟନ୍ତ୍ରୀତ ବଜାର କମିଟିର ମୁଖ୍ୟବଜାର ପ୍ରାଙ୍ଗଣରେ ଜିଲାସ୍ତରୀୟ ଧାନ ମଣ୍ଡିର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ଭାସ୍କର ରଇତ ସଭାପତିତ୍ୱ କରିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଜିଲା ଚାଷୀ ମାନେ ଯେପରି ସୁବିଧାରେ ଧାନ ବିକ୍ରି କରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଯେଉଁଦିନ ଧାନ ମଣ୍ଡିକୁ ଅଣାଯାଉଛି , ସେହିଦିନ ହିଁ ଧାନ କିଣାଯାଉ। ଏହିଜିଲାରେ ବଳକା ୨୬୦୦ ଜଣ ଚାଷୀଙ୍କର ନାମ ପଞିକରଣ ହୋଇ ପାରିନଥିଲା। ତେବେ ଏହାକୁ ନେଇ ସାଂସଦ,ନବରଙ୍ଗପୁରବିଧାୟକ ଝରିଗାଁ ବିଧାୟକ ଓ ନିଜେ ବିଭାଗୀୟସଚିବ ଙ୍କୁ ଭେଟିଥିବାରୁ ବର୍ତ୍ତମାନ ଯାଏଁ ୧୯୩୪ ଜଣ ଚାଷୀଙ୍କର ନାମପଞିକରଣ ହୋଇ ପାରିଥିବା କହିଥିଲେ।

କରୋନା ସମୟରେ ଚାଷୀମାନ ବହୁ ପରିଶ୍ରମ କରି ଚାଷ କରିଛନ୍ତି। ଏକର ପ୍ରତି ୧୩ କ୍ୟୁଣ୍ଟାଲ ଓ ଜଳସେଚିତ ଜମି ୧୯ କ୍ୟୁଣ୍ଟାଲ ବୃଦ୍ଧିପାଇଁ ରାଜ୍ୟସକରାରଙ୍କର ନିକଟରେ ଅନୁରୋଧ କରାଯାଇଥିବା କହିଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ କରୋନା କାରଣରୁ ଚାଷ ଓ ବିକାଶ ବାଧାପ୍ରାପ୍ତ ହୋଇଛି। ମଣ୍ଡିରେ ଚାଷୀ ମାନଙ୍କର ପାଇଁ ସମସ୍ତ ସୁବିଧା କରାଯିବାକୁ କହିଥିଲେ। ମଣ୍‍ହିରେ ପରିଚାଳନା ତ୍ରୁଟିର ସୁଧାକରିବାକୁ ଗୁରୁତ୍ୱ ଦେଇତିଳୋ ମଣ୍ଡିରେ ମୁହଁ ଦେଖା କାରବର ବନ୍ଦ କରାଯିବା ସହ ଯେଉଁ ଚାଷୀ ମଣ୍ଡିକୁ ଆଗରେ ଆସିଲେ ତାଙ୍କର ଧାନଆଗ କିଣିବା ବ୍ୟବସ୍ଥା କରାଯିବାକୁ କହିଥିଲେ।

- Advertisement -

ଚାଷୀପ୍ରତିନିଧି ଝାଡେଶ୍ୱର ଖାଡଙ୍ଗା ମଣ୍ଡିରେ ରହିଥିବା ବହୁ ଅସୁବିଧା ସଂପର୍କରେ କହିଥିଲୋ ଠିକ ସମୟରେ ଧାନ କିଣାଯିବା , ଲ୍ୟାମ୍ସ ଓ ମିଲ ମାଲିକଙ୍କର ସମ୍ବନ୍ୱୟ ରହିବା , ଚାଷୀଙ୍କର ସମସ୍ୟା ଗୋଟିଏ ସ୍ଥାନରେ ସମାଧାନ କରିବାକୁ ଦାବି କରିଥିଲେ। ଜିଲା ଯୋଗାଣ ଅଧିକାରୀ ସଞିବ କୁମାର ସାହୁ ସ୍ୱାଗତ ଭାଷର ପ୍ରଦାନ କରିଥିଲେ। ଜିଲାର ୫୫ଟି ମଣ୍ଡିରେ ୧୩ଟି ଲ୍ୟାମ୍ପ ମାଧ୍ୟମରେ ସରକାରୀ ଦରରେ ଧାନ କିଣାଯିବ ବୋଲି କହିଥିଲେ। ସାଧାରଣ ଧାନ କ୍ୟୁଣ୍ଟାଲ ପ୍ରତି ୧୮୬୮ ଟଙ୍କା ଓ ଏଫଏକ୍ୟୁ ଧାନ ୧୮୮୮ ଟଙ୍କାରେ କିଣାଯିବ। ପ୍ରଥମ ପର୍ଯ୍ୟାୟରେ ୧୦,୫୬,୭୧୬ କ୍ୟୁଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଛି। ଆରଏମସି ସମ୍ପାଦକ ଏସ୍‍.ଏସ୍‍.ସାହାଣୀ ,ଏଆରସିଏସ ଚନ୍ଦ୍ର ସେଠିଆ ମଞ୍ଚାସୀନ ଥିଲେ। ବଜାର କମିଟିର ଉପସଭାପତି ଆଶୀଷ ରଞନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତେବେ ମିଲ ମାଲିକ ସଂଘ କୁ ଉଚିତ ସମ୍ମାନ ଦିଆଯାଇନଥିବାରୁ ସେମାନେ ସଭାକୁ ବର୍ଜନ କରି ଚାଲି ଯାଇଥିଲେ। ତେବେସଭା ପରେ ଉପଜିଲାପାଳ ଶ୍ରୀରଇତ ମିଲମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିବା ପରେ ସମାଧାନ ହୋଇଥିବା ଜଣାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories